କମାଲ କଲେ ସହିଦ୍ ଙ୍କ ପୁଅ, କମାଲ କଲେ ସହିଦ୍ ଙ୍କ ପୁଅ
ଦକ୍ଷିଣୀ ଶୌଣ୍ଢିକ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା…
ସିବିଏସ୍ଇ ଦଶମ ବୋର୍ଡ଼ ପରୀକ୍ଷାରେ ଧର୍ମଗଡ଼ ଏଲ୍ ନିସି ମିଶନ ସ୍କୁଲ ର ଛାତ୍ର ମାଷ୍ଟର ସ୍ୱୟଂଶୁ ସତ୍ୟପ୍ରଜ୍ଞ ସାହୁ(ଦିବ୍ୟମ୍) ୯୯.୨% ନମ୍ବର ରଖି କଳାହାଣ୍ଡି ଜିଲ୍ଲାରେ ଟପ୍ପର ହେବା ସହିତ ଦକ୍ଷିଣୀ ଶୌଣ୍ଢିକ ମହାସଂଘର ଗୌରବ ବୃଦ୍ଧି କରିଛନ୍ତି।ଏନେଇ ଆଜି ଦକ୍ଷିଣୀ ଶୌଣ୍ଢିକ ମହାସଂଘ କଳାହାଣ୍ଡି ଓ ଟିଟଲାଗଡ ସବଡିଭିଜନ ର ସଭାପତି ଥବିର ପ୍ରସାଦ ସାହୁ,ସଂପାଦକ ଗୋପାଳ ଚନ୍ଦ୍ର ସାହୁ, କୋଷାଧକ୍ଷ ସଚ୍ଚିଦାନନ୍ଦ ସାହୁ, ସଦର ଆଞ୍ଚଳିକ ସଭାପତି କୁଳମଣି ସାହୁ,ଧର୍ମଗଡ ଓ ଜୁନାଗଡ ଆଞ୍ଚଳିକ କମିଟିର ସଭାପତି ବିଦ୍ୟାଧର ସାହୁ ପ୍ରମୁଖ ମେଧାବୀ ଛାତ୍ର ସ୍ୱୟଂଶୁ ସତ୍ୟପ୍ରଜ୍ଞ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥଲେ।ସୁଚନା ଯୋଗ୍ୟ ଯେ,ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁ ଙ୍କ ବାପା ଦିଲ୍ଲୀପ କୁମାର ସାହୁ ଘଟଗାଁ ଥାନା ଅଧିକାରୀ ଥିବା ବେଳେ ଡକାୟତ ଙ୍କ ଗୁଳିରେ ସହିଦ୍ ହୋଇଥଲେ। ଶିକ୍ଷୟିତ୍ରୀ ମାଆ ସାରଦା ସାହୁ ଙ୍କ ସହ ପୁଅ ସ୍ୱୟଂଶୁ ଧର୍ମଗଡ଼ ରେ ଅଜା ଚନ୍ଦ୍ରଧ୍ଵଜ ସାହୁ ଓ ଆଈ ପଙ୍କଜିନୀ ସାହୁ ଙ୍କ ପାଖରେ ରହି ଅଧ୍ୟୟନ କରୁଥିଲେ। ପିଲା ବେଳୁ ବାପାଙ୍କୁ ହରାଇଥିଲେ ମଧ୍ୟ ହାରିନାହାନ୍ତି ସୟଂଶୁ। ପାଠପଢ଼ା ସହ କ୍ରୀଡ଼ା ଓ ସଙ୍ଗୀତ ରେ ରୂଚି ରଖୁଥିବା ସୟଂଶୁ ଭବିଷ୍ୟତରେ ସେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ ରଖିଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।ପ୍ରତିଭାଶାଳୀ ଛାତ୍ର ସ୍ୱୟଂଶୁ ଙ୍କର ଏଭଳି ସଫଳତାକୁ ନେଇ ସାରା ଜିଲ୍ଲାରେ ଖୁସି ପ୍ରକାଶ ପାଇଥିବା ବେଳେ ଏହି ସଫଳତା ପାଇଁ ଦକ୍ଷିଣୀ ଶୌଣ୍ଢିକ ମହାସଂଘ ପକ୍ଷରୁ ତାଙ୍କୁ ସମ୍ଵର୍ଦ୍ଧିତ କରି ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।
ବ୍ୟୁରୋ ରିପୋର୍ଟ….
