April 25, 2026
Home » ପୁରୀ ଜିଲ୍ଲା ସି ଏମ୍ ଟ୍ରଫି ଉଦଘାଟିତ।

ପୁରୀ ଜିଲ୍ଲା ସି ଏମ୍ ଟ୍ରଫି ଉଦଘାଟିତ।

0
WhatsApp Image 2026-04-18 at 7.01.39 PM

ପୁରୀ :  ଦୁଇ ଦିନ ବ୍ୟାପୀ ଆୟୋଜିତ ହେବାକୁ ଯାଉଥିବା ସିଏମ ଟ୍ରଫି ପୁରୀ ଜିଲ୍ଲା ସ୍ପୋର୍ଟସ କମ୍ପ୍ଲେକ୍ସ, ତାଳବଣିଆ ଠାରେ ଉଦଘାଟିତ ହୋଇସାରିଛି । ଏହି ଉଦ୍ଘାଟନ ସମାରୋହରେ ଓଡ଼ିଶା ଅଲମ୍ପିକ୍ସ ସଂଘ୍ କୋଷାଧ୍ୟକ୍ଷ ରବିଶଙ୍କର ପତିହରୀଙ୍କ ପୌରହିତ୍ୟ ରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ ,ମୁଖ୍ୟ ବକ୍ତା ପୁରୀ ମହାନଗର ନିଗମ ର ନିର୍ବାହୀ ଅଧିକାରୀ ଅଭିମନ୍ୟ ବେହେରା, ସମ୍ମାନିତ ଅତିଥି ଭାବେ ଭାରତୀୟ ଖୋ ଖୋ ମହାସଂଘ୍ ତଥା ଓଡ଼ିଶା ଖୋ ଖୋ ସଙ୍ଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ପୁରୀ ଜିଲ୍ଲା କ୍ରୀଡ଼ା ସାଂସଦ ଉପ ସଭାପତି ରାମଚନ୍ଦ୍ର ଦାସମହାପାତ୍ର ପ୍ରମୁଖ ଯୋଗଦେଇ ସରକାରଙ୍କ ଲୋକାଭିମୁଖୀ ତଥା ତୃଣ ମୂଳ ସ୍ତରରେ କୋମଳମତି କ୍ରୀଡ଼ାବିତ୍ ମାନଙ୍କ ପ୍ରତିଭାର ବିକାଶ ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ ବୋଲି କହିଥିଲେ।ଏହି ପ୍ରୟାସ ପାଇଁ ଆଗାମୀ ଦିନରେ ବଡ ବଡ କ୍ରୀଡା ପ୍ରତିଯୋଗିତାରେ ରେ ଓଡିଶା ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ କରିବ ବୋଲି ସେମାନେ କହିଥିଲେ।କ୍ରୀଡ଼ାବିତ୍ ମାନଙ୍କ ମାର୍ଚ୍ଚ ପାଷ୍ଟ ରେ ଓଡ଼ିଶୀ ନୃତ୍ୟାଙ୍ଗନା, ଯାଦୁଗର, ଗରିଲା କଣ୍ଢେଇ ପ୍ରଭୃତି ଯୋଗଦେଇ କ୍ରୀଡ଼ା ମହୋଲ କୁ ଆକର୍ଷଣୀୟ କରିଥିଲେ। ଉଦଘାଟନ ରେ ଶାନ୍ତିର ପ୍ରତୀକ କପୋତ କୁ ଉଡ଼ାଇ ଥିଲେ। ଇ. ବି. ଦାସଙ୍କ ଦ୍ୱାରା ମ୍ୟାଜିକ ସୋ ବିମୁଗ୍ଧ କରିଥିଲା ସମସ୍ତ କ୍ରୀଡ଼ାବିତ୍ ମାନଙ୍କୁ। ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଏହି ପ୍ରତିଯୋଗିତାରେ ଖୋ ଖୋ ରେ ୬ ଟି ବାଳିକା ଦଳ ଅଂଶଗ୍ରହଣ କରି ଥିଲେ । ଖୋ ଖୋ ରେ ଡେଲାଙ୍ଗ ବ୍ଳକ୍ କେ. ପି. ପି ଚାମ୍ପିଅନ୍ସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅମାଳଙ୍ଗ ଉପ୍ରା ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ଚନ୍ଦେଶ୍ୱରି ଉପ୍ରା ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆଗାମୀ ଦିନରେ ରାଜ୍ୟସ୍ତରୀୟ ଜୋନ୍ ପାଇଁ ଚୂଡ଼ାନ୍ତ ବାଳିକା ଦଳ ଚୟନ କରାଯାଇ ସମ୍ପାଦକ ମହୋଦୟଙ୍କୁ ହସ୍ତାନ୍ତର କରାଯିବ।ପ୍ରତ୍ୟୁଷରୁ ଫୁଟବଲ ଖେଳର ଖେଳାଳୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଯୋଗ ଦେଇ ଉତ୍ସାହିତ କରିଥିଲେ।

 

puri ru soubhagya pattanayak nka report

Leave a Reply

Your email address will not be published. Required fields are marked *