ସି ଏଚ ଏସ ସି ଅଧ୍ୟକ୍ଷ ମୃଣାଳକାନ୍ତି ଦାସ ଙ୍କ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ
ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁ ଜିଲ୍ଲା ନୋଡାଲ ଅଫିସର ତଥା ସି ଏଚ ଏସ ସି ର ଅଧ୍ୟକ୍ଷ ମୃଣାଳକାନ୍ତି ଦାସ ଓ ସି ଏଚ ଏସି ସି ର ଡେପୁଟି ସେକ୍ରେଟାରୀ ଯୋଶବନ୍ତ ସାମଲ ପ୍ରମୁଖ ବ୍ଲକ ର ସରସରା ସ୍ଥିତ ପିଏମଶ୍ରୀ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ , ସରସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଲୁଣିବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଣିପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ପରିବେଶ ପରିଷ୍କାର ପରଚ୍ଛନ୍ନ , ଟି ଏଲ ଏମ ବ୍ୟବହାର କରି ଉନ୍ନତ ମାନର ଶିକ୍ଷା ଦାନ ଏବଂ ଛାତ୍ରଛାତ୍ରୀ ମାନଙ୍କ ହଷ୍ଟେଲ ରେ ରହିବା ଖାଦ୍ୟପାନୀୟ ବ୍ୟବସ୍ଥା ସହ ପାଠପଢା ସମ୍ପର୍କ ରେ ପଚାରିବୁଝିବା ସହ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଗୁଡିକୁ ବୁଲି ଦେଖିଥିଲେ। ପରିଦର୍ଶନ ସମୟରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ହରଭଙ୍ଗା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୁବନେଶ୍ୱର ସେଠୀ, କାର୍ତ୍ତିକେଶ୍ୱର ନାୟକ ଓ ବିସିକେଶନ ବେହେରା ଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ,ଶିକ୍ଷୟିତ୍ରୀ, ସି ଆର ସି ସି ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
