October 16, 2024
Home » କେନ୍ଦୁଝର ରେ ଦିନ ଦ୍ୱିପହର ରେ ହତ୍ୟା

କେନ୍ଦୁଝର ରେ ଦିନ ଦ୍ୱିପହର ରେ ହତ୍ୟା

0

କେନ୍ଦୁଝର ଜିଲ୍ଲା ର ମଧ୍ୟ ସ୍ଥଳ ବରାଳ ଲଜ ଗଲି ରେ ଦିନ ଦ୍ୱିପହର ରେ ଜଣେ ଯୁବତୀ ଘରେ ହିଁ ତାଙ୍କର ନିର୍ମମ ଭାବେ ହତ୍ୟା କରା ଯାଇଛି l ଜଣା ପଡିଛି ଯେ ବରାଳ ଲଜ ଗଳି ରେ ଗୋଟିଏ ଘରେ ଗୋଟିଏ ଝିଅ ର ତଣ୍ଟି କାଟି ହତ୍ୟା କରା ଯାଇଛି, ବାପା ରବୀନ୍ଦ୍ର ବେହେରା କେନ୍ଦୁଝର ଟାଉନ ଲାବଣ୍ୟ ଛକ୍କ ରେ ଛତୁ ର ବେପାର କରନ୍ତି l ଘଟଣା ଦିନ ସବୁ ଦିନ ପରି ବାପା ରବୀନ୍ଦ୍ର ବେହେରା ଛତୁ ବେପାର ପାଇଁ ଯାଇଥିଲେ, ସାନ ଝିଅ କଲେଜ ଯାଇଥିଲା l ମୃତ ଝିଅ ମନୋରମା ବେହେରା ଦିନ ୧୧ ଟା ରେ ବାପା ଙ୍କୁ ଫନ ରେ ଜଣେଇଲା ଯେ ସେ ଚାଉଳ ନେଇ ଘର କୁ ଫେରି ଆସିଛି l ଦ୍ୱିପହର ରେ ବାପା ମା ଛତୁ ବେପାର ରୁ ଖାଇବା ପାଇଁ ଘରକୁ ଫେରିଲା ପରେ ଦେଖିଲେ ଝିଅ ର ତଣ୍ଟି କଟା ହେଇ ରକ୍ତ ରେ ଜୁଡ଼ବୁଡ଼ ହୋଇ ତଳେ ପଡିଛି l ପୁରା ଘଟଣା ଟି ଜଣା ପଡିନି ପୋଲିସ ତଦନ୍ତ ଚାଲିଛି ହେଲେ ଶୁଣିବାକୁ ମିଳୁଛି କେହି ଚି଼ହ୍ନl ଲୋକ ର ଏଇ ମୃତ୍ୟୁ ପଛରେ ହାତ ଅଛି l

କେନ୍ଦୁଝର ରୁ ଓ ଭି ରଞ୍ଜନା ଙ୍କ ରିପୋର୍ଟ l ଇପିଏ (ଇଷ୍ଟର୍ଣ ପ୍ରେସ ଏଜେନସି )

Leave a Reply

Your email address will not be published. Required fields are marked *