ରଥଖଳା:ରଥ ନିର୍ମାଣ କାର୍ଯ୍ୟ ନବମ ଦିବସ
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
*ତିନିରଥ ର ମହାରଣା ସେବକ – ୬୭*ତିନିରଥ ର କରତୀ ସେବକ – ୪*ତିନିରଥ ଓଝା କମାର ସେବକ – ୧୨ *ତିନିରଥ ର ଭୋଇ ସେବକ – ୪୮ *ରଥଖଳା ସହାୟକ( ପାଣି ବାଲା) – ୧ ମୋଟ – ୧୩୨ଜଣ ରଥ ନିର୍ମାଣ ଅଗ୍ରଗତି ଆଜି ରଥ ନିର୍ମାଣର ନବମ ଦିନରେ ରଥ ନିର୍ମାଣକାରୀ ସେବକ ବୃନ୍ଦ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ହୋଇ ମୁଖ୍ୟ ମହାରଣା ଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ( ଗତକାଲି ତିନିରଥ ର ତୁମ୍ବ ଗୁଡ଼ିକରେ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇ, ତୁମ୍ବ ର ବିନ୍ଧ ପରଖ ସହ ତୁମ୍ବ ରେ ଅର ସଂଯୋଗ ପାଇଁ ଅଗରବିନ୍ଧ କାର୍ଯ୍ୟ ଜାରୀ ରହିଥିଲା) ତିନିରଥ ୪୨ ଗୋଟି ତୁମ୍ବ ର ୧୬ ଯୋଡ଼ା ବିନ୍ଧ ପରଖ କାର୍ଯ୍ୟ ସହ ଅଗରବିନ୍ଧ କାର୍ଯ୍ୟ ସମ୍ପନ୍ନ *ଆଜି ତିନିରଥ ମହାରଣା ସେବକ ମାନେ ତିନି ରଥର ମୋଟ ୪୨ ଗୋଟି ତୁମ୍ବ ର ୧୬ ଯୋଡ଼ା ବିନ୍ଧ ପରଖ କାର୍ଯ୍ୟ ଶେଷ ପରେ ତୁମ୍ବ ଗୁଡ଼ିକରେ ଅଗରବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି।

ତିନି ରଥର ତୁମ୍ବ ଗୁଡ଼ିକରେ ପନ୍ଦାରୀ ଗାଡ ଖୋଦେଇ କାର୍ଯ୍ୟ ଜାରି ତିନି ରଥର ମହାରଣା ସେବକ ମାନେ ତିନି ରଥର ୪୨ ଗୋଟି ତୁମ୍ବ ର ୧୬ ଯୋଡ଼ା ବିନ୍ଧ ଗୁଡ଼ିକର ପରଖ କାର୍ଯ୍ୟ ଶେଷ କରିଛନ୍ତି । (ବିନ୍ଧରେ ଅର ସଂଯୋଗ ପୂର୍ବରୁ ନିହାଣ ମରି ବିନ୍ଧ ସାଇଜ କାର୍ଯ୍ୟ) ଏଥିସହ ତୁମ୍ବ ଗୁଡ଼ିକରେ ଅର କଣ୍ଟା ବାଡିଆ ପାଇଁ ଅଗର ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ ହୋଇଅଛି ।ଏଥିସହ ଆଜି ତିନି ରଥର ମହାରଣା ସେବକ ମାନେ ତୁମ୍ବ ଗୁଡ଼ିକରେ ଅଖ ସଂଯୋଗ ପାଇଁ ପନ୍ଦାରି ଗାଡ ଖୋଦେଇ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ।(ତୁମ୍ବ ର ଉଭୟ ପାର୍ଶ୍ଵ ମଧ୍ୟଭାଗରେ ପନ୍ଦାରି ବଳା ବସିବା ପାଇଁ ନିହାଣ ରେ ହାଣି ଗୋଲାକାର ଗାଡ଼ ନିର୍ମାଣ କରୁଛନ୍ତି ଯେପରି ବିନା ବାଧାରେ ଅଖ ଗୁଡ଼ିକ ପସି ରହିପାରିବ)ସୂଚନା ଆସନ୍ତାକାଲି ତା୩୦.୪.୨୦୨୬ରିଖ,ଗୁରୁବାର ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ମହାପ୍ରଭୁ ଶ୍ରୀନୃସିଂହ ଦେବଙ୍କ ଜନ୍ମ (ପ୍ରକଟ) ତିଥିରେ ଗୁଜ ଅନୁକୂଳ ପୂଜା ଅନୁଷ୍ଠିତ ହେବ।

ଏଥିସହ ଅର କଟା ଅନୁକୂଳ ପୂଜା ତିନିରଥ ର ମୁଖ୍ୟ ମହାରଣା ସେବକଙ୍କ ଦ୍ୱାରା ପରମ୍ପରା ପ୍ରକାରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ରଥ ଅମିନ ଶ୍ରୀ ଲକ୍ଷ୍ମଣ ମହାପାତ୍ର ଭୋଇ ସେବକଙ୍କ ସହାୟତାରେ ତିନି ରଥ ଚାଳୀକୁ ଗୁଜ,କୁଡ଼ୁକା ଏବଂ ଜଳଜନ୍ତ୍ର ନିର୍ମାଣ ପାଇଁ ପ୍ରଥମ ଦଫାରେ ୮ ଟି ଲେଖାଏଁ ୧୨ ଫୁଟିଆ ଧାଉରା ଏବଂ ଅସନ ଗୋଟା କାଠ ଯୋଗାଇ ଅଛନ୍ତି । ଏଥିସହ ଆସନ୍ତା କାଲି ନୃସିଂହ ଜନ୍ମ ପ୍ରକଟ ତିଥିରେ ପରମ୍ପରା ମତେ ଭୋଇ ସେବକଙ୍କ ଦ୍ୱାରା ଯନ୍ତା ଗାଡ ପ୍ରସ୍ତୁତି କାର୍ଯ୍ଯ ସମ୍ପନ୍ନ ହୋଇଥାଏ ।କମାର ଶାଳ ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନିରଥ ର ଓଝା କମାର ସେବକ ମାନେ ତିନି ରଥର ୧. ନମ୍ୱର ଚକ ଏବଂ ୨ ନମ୍ୱର ଚକ ଗୁଡ଼ିକର ତୁମ୍ବ ପାଇଁ ପନ୍ଦାରି ବଳା ନିର୍ମାଣ ଶେଷ କରି ପନ୍ଦାରି ବଳା ଗୁଡ଼ିକର ମଠା କାର୍ଯ୍ୟ ସହ ଅରକଣ୍ଟା ନିର୍ମାଣ ଜାରିରଖିଛନ୍ତି
soubhagya pattnayak nka report
