April 30, 2026
Home » ଶରଣ ଶ୍ରୀକ୍ଷେତ୍ର ମାରଦା ପରିଦର୍ଶନ କଲେ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ

ଶରଣ ଶ୍ରୀକ୍ଷେତ୍ର ମାରଦା ପରିଦର୍ଶନ କଲେ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ

0
WhatsApp Image 2026-04-29 at 7.32.06 PM (1)

 

ପୋଲସରା :- ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ପୋଲସରା ବ୍ଲକ ମଥୁରା ଗ୍ରାମ ପଞ୍ଚାୟତ ହାତିବାରୀ ପାହାଡ଼ ପାଦ ଦେଶରେ ଅବସ୍ଥିତ ଆଠଗଡ଼ ଜି. ଗଞ୍ଜାମ ରାଜାଙ୍କ କୀର୍ତ୍ତି ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରକୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ମୁଖ୍ୟ ସଚିବ ଆଇଏସ ବଳବନ୍ତ ସିଂ ଗତକାଲି ମାସ ୨୬ ତାରିଖ ରବିବାର ଦିନ ପରିଦର୍ଶନ କରି ଯାଇଛନ୍ତି।
ଏହି ସମୟରେ ତାଙ୍କ ସାଙ୍ଗରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ, ପିଡବ୍ଲୁଡି ସୁପରିଟେଦେଣ୍ଟ ଇଞ୍ଜିନିୟର ସତ୍ୟବ୍ରତ ପରିଡ଼ା, ପୋଲସରା ଅତିରିକ୍ତ ତହସିଲଦାର ସରସ୍ୱତୀ ଜାନୀଙ୍କ ସମେତ ବ୍ଲକ୍ ପ୍ରଶାସନ ଓ ପୋଲସରା ତହସିଲ ପ୍ରଶାସନ ଷ୍ଟାଫମାନେ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ସରକାରଙ୍କ ସାଗରମାଳା ଯୋଜନା ଅନ୍ତର୍ଗତ ଏହି ଐତିହ୍ୟ ଜଗନ୍ନାଥ ସଂସ୍କୃତି ବହନ କରୁଥିବା ପୀଠର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ ପାଇଁ ମଂଜୁର ୩୯ କୋଟି ଟଙ୍କା ଡିପିଆର ମାଧ୍ୟମରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟ ଉପରେ ସଚିବ ମହୋଦୟ ବିସ୍ତୃତ ଭାବେ ନିରୀକ୍ଷଣ ଏଵଂ ଆଲୋଚନା ଜରିଆରେ ପଚାରି ବୁଝିଥିଲେ।ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ଅନୁଷ୍ଠିତ ଗତ ସଂସଦ ଅଧିବେଶନରେ ବର୍ତ୍ତମାନ ଆସ୍କା ସାଂସଦ ଅନିତା ଶୁଭଦର୍ଶିନି ପଟ୍ଟନାୟକ ତାଙ୍କର ନିଜର ଆସ୍କା ସଂସଦୀୟ କେନ୍ଦ୍ର ମଧ୍ୟରେ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠ ସମେତ ଧରାକୋଟ, ଖଲ୍ଲିକୋଟ, ଆଠଗଡ଼ (କବିସୂର୍ଯ୍ୟନଗର ବ୍ଲକ୍) ଓ ଆସ୍କା ସ୍ଥିତ ଜଗନ୍ନାଥଙ୍କ ପୀଠ ଗୁଡିକର ଉନ୍ନତି ଓ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। ପ୍ରାରମ୍ଭରେ ମଥୁରା ମଠ ମହନ୍ତ ସୁନ୍ଦର ରାମଦାସଜୀ ମହାରାଜ ଏବଂ ମନ୍ଦିର ପୁରୋହିତଙ୍କ ସମେତ ପୋଲସରା ବ୍ଲକ ଓ ତହସିଲ ପ୍ରଶାସନ ତରଫରୁ ସଚିବ, ଜିଲ୍ଲାପାଳ ଏବଂ ଆସିଥିବା ଅନୀ ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ସ୍ଵାଗତ କରାଯିବା ପରେ ମନ୍ଦିର ଭିତରକୁ ଯାଇ ଦୀପ ପ୍ରଜ୍ୱଳନ ଏବଂ ଭୋଗ ଅର୍ପଣ କରାଯାଇ ତିନି ଠାକୁରଙ୍କ ଫଟୋଚିତ୍ର ଦର୍ଶନ କରିଥିଲେ।

 

polasara ru hrusikesh nayak epa news

Leave a Reply

Your email address will not be published. Required fields are marked *