May 2, 2026
Home » ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡ

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡ

0
WhatsApp Image 2026-05-01 at 10.57.51 AM

 

ଭବାନୀପାଟଣା :କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗାଁରେ ୨୦୨୪ ମସିହାରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ଦୌରାଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ ଏହି ମାମଲାର ୧୨ଜଣଙ୍କ ସାକ୍ଷ୍ୟଗ୍ରହଣ ସହ ୨୨ଟି ପ୍ରମାଣକୁ ଭିତ୍ତି କରି ଉକ୍ତ ଗ୍ରାମର ଜିତୁ ଗୌଡଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡଭୋଗିବାକୁ ପଡ଼ିବ ବୋଲି ନିଜ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ,ପରଲସିଙ୍ଗା ଗାଁର ବିରଞ୍ଚି ନାଏକ ୨୦୨୪ ମସିହା ମେ ୧୨ରେ ଉକ୍ତ ଗ୍ରାମର ଅଭିଯୁକ୍ତ ଜିତୁଙ୍କୁ ଭେଟିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରଦିନ ବିରଞ୍ଚି ଙ୍କ ମୃତଦେହ ନର୍ଲା ଥାନା ମଶାଣିବନ୍ଧ ନିକଟରୁ ମିଳିଥିଲା। ପୋଲିସ ତଦନ୍ତ ବେଳେ ଜିତୁଙ୍କୁ ସନ୍ଦେହ କରିଥିଲା।ଅଭିଯୁକ୍ତ ଜିତୁ ଗୌଡ ପଚରାଉଚୁରା କରିବାରୁ ସେ ବିରଞ୍ଚି ଙ୍କ ହାତଗୋଡ଼ ବାନ୍ଧି ବେକକୁ ଛୁରିରେ କାଟିଦେଇଥ‌ିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ବିରଞ୍ଚି ଚାକିରି କରାଇଦେବାକୁ କହି ଜିତୁଙ୍କଠାରୁ ୧୦ ହଜାର ଟଙ୍କା ନେଇଥିଲେ।ହେଲେ ଆଉ ୧୫ ହଜାର ଟଙ୍କା ବିରଞ୍ଚି ମାଗୁଥିଲେ। ଏଥିରେ ରାଗ ରଖି ବିରଞ୍ଚି ଙ୍କୁ ହତ୍ୟା କରିଥିବାଅଭିଯୁକ୍ତ ଜିତୁ ପ୍ରକାଶ କରିଛନ୍ତି। ଏହି ଘଟଣାରେ ପୋଲିସ ସେତେବେଳେ ଜିତୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ମନୋଜ କୁମାର ମେହେର
କେଶ ପରିଚାଳନା କରୁଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *