May 4, 2026
Home » ରଥଖଳା:ରଥ ନିର୍ମାଣ କାର୍ଯ୍ୟ ତ୍ରୟୋଦଶ ଦିବସ

ରଥଖଳା:ରଥ ନିର୍ମାଣ କାର୍ଯ୍ୟ ତ୍ରୟୋଦଶ ଦିବସ

0
WhatsApp Image 2026-05-03 at 9.32.46 PM

ରଥ ନିର୍ମାଣକାରୀଙ୍କ ଉପସ୍ଥାନ*ତିନିରଥ ମହାରଣା ସେବକ – ୭୭*ତିନିରଥ ଭୋଇ ସେବକ – ୬୩*ତିନିରଥ କରତୀ ସେବକ – ୪
*ତିନିରଥ କମାର ସେବକ – ୧୫*ତିନିରଥ ରୂପକାର ସେବକ – ୨୧*ତୁମ୍ବ ବିନ୍ଧ କାରିଗର – ୨*ରଥଖଳା ସହାୟକ(ପାଣି ବାଲା)୧ ମୋଟ – ୧୮୩ ଜଣ  ରଥ ନିର୍ମାଣର ତ୍ରୟୋଦଶ ଦିବସରେ ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ହୋଇ ନିଜ ନିଜର ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

 

ରଥ ନିର୍ମାଣ ଅଗ୍ରଗତି(ଗତକାଲି ତିନି ରଥର ନାହାକା ଚକ ପ୍ରସ୍ତୁତ ପାଇଁ ତିନି ରଥ ନାହାକା ତୁମ୍ବ ଅଖ ବିନ୍ଧରେ ପନ୍ଦାରି ଏବଂ ବଳା ବସିବା ଅନୁକୂଳ ସହ ପଇ ବିନ୍ଧ ପୂର୍ବରୁ ତିନି ରଥର “ପଇ ବକଳା” ଅନୁକୂଳ ଶେଷ ହୋଇ ପଇ ବିନ୍ଧ ପାଇଁ ପଇରେ ମାପ ଚିହ୍ନ ପଡ଼ିବା ଶେଷ ହୋଇଥିଲା)ଆଜି ତିନି ରଥର ପଇ ବିନ୍ଧ ଅନୁକୂଳ ସହ ତୁମ୍ବ ଅରରେ ପଇ ପିନ୍ଧା ଅନୁକୂଳ ସମ୍ପନ୍ନଚକା ଡେରା ନୀତି ପାଇଁ ତିନି ରଥର ଦୁଇଟି ଲେଖାଏଁ ଚକ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପଇ କଳସା କାର୍ଯ୍ୟ ଜାରୀଆଜି ତିନି ରଥର ନହାକା ଚକ ପ୍ରସ୍ତୁତ ପାଇଁ ପଇ ରେ ବିନ୍ଧ ଅନୁକୂଳ ପୂଜା ସକାଳ ଘ..୮.୦୦ଟକା ରେ ତିନି ରଥ ମୁଖ୍ୟ ମହାରଣାଙ୍କ ଦ୍ୱାରା ବିଧୀ ମତେ ସମ୍ପନ୍ନ କଲାପରେ ତିନି ରଥର ସାଥୀ ମହାରଣା ସେବକ ମାନେ ପଇ ବିନ୍ଧ କାର୍ଯ୍ୟ ଆରମ୍ଭ କରିଥିଲେ। ଭଉଁରୀ ତିଥିରେ ଚକା ଡେରା ନୀତି ପାଇଁ ପ୍ରତି ରଥର ଦୁଇଟି ଲେଖାଏଁ ନାହାକା ଚକ ପାଇଁ ପ୍ରଥମ ପର୍ଯ୍ୟାୟରେ ୮ ଲେଖାଏଁ ପଇ ର ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ପଇ ବିନ୍ଧ ଶେଷ ପରେ ତିନିରଥ ମୁଖ୍ୟ ମହାରଣାଙ୍କ ଦ୍ୱାରା ତୁମ୍ବରେ ସଂଯୁକ୍ତ ଅର ରେ ପଇ ପିନ୍ଧା ଅନୁକୂଳ ବିଧୀ ମତେ ସମ୍ପନ୍ନ ହୋଇ ତିନିରଥର ମହାରଣ ଏବଂ ଭୋଇ ସେବକ ମାନଙ୍କ ଉଦ୍ୟମରେ ନାହାକା ତୁମ୍ବ ରେ ସଂଯୁକ୍ତ ଆରରେ ପଇ ପିନ୍ଧା କାର୍ଯ୍ୟ ଶେଷ କରିଥିଲେ, ତିନି ରଥର ପଇ ସଂଯୋଗ ପରେ ପଇ କଳସା କାର୍ଯ୍ୟ (ପଇ, ପଇ କୁ ବାନ୍ଧି ରଖିବା ପାଇଁ ପଇ ସଂଯୋଗ ସ୍ଥଳରେ କାପ ବା ଘାଟି ନିର୍ମାଣ କାର୍ଯ୍ୟ) ଶେଷ ପର୍ଯ୍ୟାରରେ ପହଞ୍ଚିଛି। ଏଥିସହ ତୁମ୍ବରେ ଅଖ ବିନ୍ଧ ଖୋଳା ବା ଠେକ ତୁଲିଆ କାର୍ଯ୍ୟ ଜାରୀ ରହିଛି। ଏଥିସହ ଆଜି ସୁଦ୍ଧା ତିନିରଥର ୧୧ ଟି ଲେଖାଏଁ ସାଲ ଗୁଜ,୯ ଟି ଲେଖାଏଁ ଜଳାଜନ୍ତ୍ର,୧୨ ଟି ଲେଖାଏଁ କୁଡୁକା ଏବଂ ୮ ଟି ଲେଖାଏଁ ତୀଖ ଗୁଜ ଶେଷ ହୋଇଛି।ରୂପକାର ଚାଳିତିନିରଥ ର ରୂପକାର ସେବକ ମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜରେ ସିଂହ ବିରଳ ରୂପ ଖୋଦେଇ ଜାରୀ ରଖିଛନ୍ତି।କମାର ଶାଳ ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ନାହାକା ଚକ ର ଆବଶ୍ୟକ ଅର କଣ୍ଟା ସହ ପନ୍ଦାରି ଏବଂ ତୁମ୍ବ ବାହ୍ୟ ବଳା ରଥ ଖଳାକୁ ଯୋଗାଇ ବାକି ଚକ ଗୁଡ଼ିକ ପାଇଁ ପନ୍ଦାରି ଏବଂ ତୁମ୍ବ ବଳା , ଆର କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

Leave a Reply

Your email address will not be published. Required fields are marked *