May 15, 2026
Home » ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ପାଇଁ ପ୍ରସ୍ତାବ ଗୃହୀତ l

ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ପାଇଁ ପ୍ରସ୍ତାବ ଗୃହୀତ l

0
WhatsApp Image 2026-05-09 at 12.57.19 PM

 

ସୁବର୍ଣ୍ଣପୁର —ତରଭା ପଞ୍ଚାୟତ ସମିତି ବୈଠକ ରେ ପଞ୍ଚାୟତ ମାନଙ୍କ ରେ ଲାଗି ରହିଥିବା ଉନ୍ନତି ମୂଳକ କାର୍ଯ୍ୟ, ପାଣି, ବିଦ୍ୟୁତ ସହ ବିଭିନ୍ନ ସମସ୍ୟା ସମାଧାନ ହେଉ ନ ଥିବା ଯୋଗୁଁ ନିର୍ବାଚିତ ଜନ ପ୍ରତିନିଧି ଙ୍କ ଅସନ୍ତୋଷ ପ୍ରକାଶ ପାଇଥିଲା I ତରଭା ଥାନା ଅଞ୍ଚଳ କୁ ନେଇ ତରଭା ଉପଖଣ୍ଡ ମାନ୍ୟତା ଦାବି ଉଠିବା ସହ ପ୍ରସ୍ତାବ ଗୃହୀତ ହୋଇ ଥିଲା I ପଞ୍ଚାୟତ ସମିତି ସଭା ଗୃହ ରେ ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ଙ୍କ ଅଧ୍ୟକ୍ଷତା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଥିଲା l ଏହି ବୈଠକ ରେ ତରଭା ବ୍ଲକ ର ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି କମ୍ପ, ଶକୁନ୍ତଳା ପୃଷ୍ଟି, ବ୍ଲକ ଉପାଧ୍ୟକ୍ଷା ଦ୍ୱାଦଶୀ କୁଅଁର, ବଲାଙ୍ଗୀର ସାଂସଦ ପ୍ରତିନିଧି ବିମଳ ମିଶ୍ର, ସୋନପୁର ବିଧାୟକ ପ୍ରତିନିଧି ଦଶରଥ ସାହୁ ମଞ୍ଚାସିନ ହୋଇ ଥିଲେ I ତରଭା ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ନିଜ ପଞ୍ଚାୟତ ରେ ରହି ଥିବା ସମସ୍ୟା ର ସମାଧାନ, ବ୍ଲକ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପନ୍ଥା ଦୃଷ୍ଟି ଆକର୍ଷଣ କରି ମତ ରଖିଥିଲେ I ବିଭିନ୍ନ ପଞ୍ଚାୟତ ମାନଙ୍କରେ ବିଭିନ୍ନ ସ୍ଥାନ ରେ ସରପଞ୍ଚ ମାନଙ୍କ ବିନା ଜ୍ଞାତସାର ରେ ବଲବ ଲଗାଯାଉଛି ଗୋଟିଏ ସଂସ୍ଥା, ବିଲ ନେଉଛି ଗୋଟିଏ ସଂସ୍ଥା, ଲାଇନ ଦେଉଛି ଗୋଟିଏ ସଂସ୍ଥା, ହେଲେ ଏହାର ମରାମତି ପାଇଁ କୌଣସି ସଂସ୍ଥା କରୁ ନାହିଁ I ହେଲେ ବିଲ ନେଲା ବେଳେ ସରପଞ୍ଚ ଙ୍କ ତଣ୍ଟି ଚିପୁଚନ ବିଦ୍ୟୁତ ବିଭାଗ ବୋଲି ସରଗଜ ସରପଞ୍ଚ ନର୍ମଦା ମିଶ୍ର ଯୁକ୍ତି କରିଥିଲେ I ଅନେକ ସ୍ଥାନ ରେ ବଲବ ଜଳୁ ନାହିଁ କିନ୍ତୁ ବିଲ ଦେବା କୁ ପଡୁଛି l

ଅନେକ ସ୍ଥାନରେ ମିଟର ମଧ୍ୟ ଲଗାଯାଉ ନାହିଁ l ଆସନ୍ତା ବର୍ଷ ରୁ ବିଲ ଦିଆଯିବ ନାହିଁ ବୋଲି ସରପଞ୍ଚ ମାନେ ମତ ରଖିଥିଲେ I ଚୂଡ଼ାଖାଇ ପାହାଡ଼, ବାରପାହାଡ଼ ଅଞ୍ଚଳ ରେ ବନ ବିଭାଗ ପକ୍ଷରୁଅଧିକ ଗଛ ଲଗାନ୍ତୁ ବୋଲି ପ୍ରସ୍ତାବ ଦିଆଯାଇଥିଲା I ଶେଷରେ ସରଗଜ ସରପଞ୍ଚ ନର୍ମଦା ମିଶ୍ର ତରଭା କୁ ଉପଖଣ୍ଡ ମାନ୍ୟତା ଦିଆଯାଉ ବୋଲି ସମିତି ବୈଠକ ରେ ଏକ ପ୍ରସ୍ତାବ ଗୃହୀତ କରା ଯିବା ପାଇଁ ଦାବି ପ୍ରସ୍ତାବ ଆଗତ କରିଥିଲେ I ଏହି ପ୍ରସ୍ତାବ ଉପରେ ସରପଞ୍ଚ ଅଶ୍ୱନୀ ବିଶି, ସମିତି ସଭ୍ୟ ରାମ ସାହୁ ସମର୍ଥନ କରିଥିଲେ I ଏହି ବୈଠକ ରେ ପୂର୍ବ ବୈଠକର ବିବରଣୀ ପଠନ ଓ ଦୃଢୀକରଣ, ବିଭିନ୍ନ ଉନ୍ମୟନ ମୂଳକ କାର୍ଯ୍ୟକ୍ରମନେଇ ଆଲୋଚନା, ସ୍ବାସ୍ଥ୍ୟ ବିଭାଗ,କୃଷି ବିଭାଗ ଏବଂ ଉଦ୍ୟାନ କୃଷି ବିଭାଗ,ପାନୀୟ ଜଳ ଯୋଗାଣ ଓ ଜଳ ପରିମଳ ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ବିଦ୍ୟୁତ୍ ବିଭାଗ,ଜଙ୍ଗଲ ବିଭାଗ,ପ୍ରାଣୀଧନ ଚିକିତ୍ସା ବିଭାଗ, ଶିଶୁ ବିକାଶ ଓ ମହିଳା ସଶକ୍ତି କରଣ ବିଭାଗ,ସାଧାରଣ ବଣ୍ଟନ ବ୍ୟବସ୍ଥା,ସାମାଜିକ ସୁରକ୍ଷା ଓ ଭିନ୍ନ‌କ୍ଷମ ସଶକ୍ତିକରଣ ବିଭାଗ, ଶିକ୍ଷା ବିଭାଗ ଅନ୍ୟାନ୍ୟକାର୍ଯ୍ୟ ଉପରେ ଆଲୋଚନାହୋଇ ଥିଲା I ନିର୍ବାଚିତ ପ୍ରତିନିଧି ଘନଶ୍ୟାମ ଡାଙ୍ଗ,ମୁଜଲିମ ମହମ୍ମଦ ,ମନମୋହନ ସାହୁ , ସୁରୁବାବୁ ଦେହେରି , ରାମ ସାହୁ, ମନୋଜ ପଣ୍ଡା,ଅଶ୍ୱନୀ ବିଶି, ସୁଦାମ ଦୀପ, ଙ୍କ ସହ ସହ କାରୀଯନ୍ତ୍ରୀ ସବୁ ନାଥ ମାଝୀ, ବିଭିଓ,ହରିହର ଧରୁଆ,ସତ୍ୟ ନାରାୟଣ ମହାପାତ୍ର, ସମସ୍ତ ପିଇଓ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ I ତରଭା ବିଡ଼ିଓ ଶିବା ନନ୍ଦ କର୍ମୀ ଧନ୍ୟବାଦ ଦେଇଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *