ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ପ୍ରତିନିଧିଙ୍କ ପାରାଦୀପ ବନ୍ଦର ଗସ୍ତ
ପାରାଦୀପ: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଯୁଗ୍ମ ସଚୀବ ଜୁହୀ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ପାରାଦୀପ ଗସ୍ତରେ ଆସିଥିଲେ । ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ପହଂଚିବା ପରେ ପାରାଦୀପ ବନ୍ଦର ପକ୍ଷରୁ ଅଧ୍ୟକ୍ଷ ପି.ଏଲ.ହରନାଦଙ୍କ ସମେତ ଉପାଧ୍ୟକ୍ଷ ଟି.ଭେନୁ ଗୋପାଳ, ଟ୍ରାଫିକ ଉପଦେଷ୍ଟା ଏ.କେ.ବୋଷଙ୍କ ସମେତ ବିଭାଗୀୟ ମୁଖ୍ୟମାନେ ଏହି ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ପାରାଦୀପ ବନ୍ଦର ଭାରତୀୟ ନୌବାଣିଜ୍ୟରେ ନୁଆ ଫର୍ଦ ଯୋଡି ଦେଶର ଅର୍ଥନୈତିକ ବିକାଶରେ ସାମିଲ ହୋଇଛି ।

ପାରାଦୀପ ବନ୍ଦର ଦୃତ ବିକାଶ କରୁଛି, ବନ୍ଦର ଏହି ବିକାଶଧାରାରେ ସାମିଲ ହୋଇ ଏହାର ଭିତିଭୂମିକୁ ତ୍ୱରାନ୍ୱିତ କରୁଛି । ଭାରତୀୟ ନୈବାଣିଜ୍ୟ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବନ୍ଦର ବ୍ୟବହାରକାରୀ ଏବଂ ଶିଳ୍ପସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ରଖିବାର ଆବଶ୍ୟକତା ରହିଥିବା ପ୍ରତିନିଧି ଦଳ ପରାମର୍ଶ ଦେଇଥିଲେ । ପାରାଦୀପ ବନ୍ଦର ଜାତୀୟ ଅର୍ଥନିତୀ ବିକାଶରେ ସହଭାଗିତା ହେବା ସହିତ ବିଶ୍ୱସ୍ତରୀୟ ଭିିଭୂମି ପ୍ରସ୍ତୁତ କରିବା ସହିତ ଅଧିକ ପଣ୍ୟ କାରବାର କରିବାର ଲକ୍ଷ୍ୟ ରଖିଥିବା ଜଣାପଡିଛି ।
paradeep ru prasanta dash nka report
