ରବିଧାନ ବିକ୍ରିରୁ ବଞ୍ଚିତ ମେଗାଲିଫ୍ଟ ଅଞ୍ଚଳର ଚାଷୀଙ୍କ ଆନ୍ଦୋଳନ ଜାରୀ।
ଆଜି ଧର୍ମଗଡ଼ ଆଞ୍ଚଳିକ କୃଷକ ମହାସଂଘ ଚାଷୀ ଆନ୍ଦୋଳନରେ ସାମିଲ…..
କୋକସରା: ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ରବିଧାନ ପଞ୍ଜିକରଣ ଦାବିରେ କୋକସରା ଠାରେ ଚଳିତ ମାସ ୮ ତାରିଖ ଠାରୁ କୋକସରା ,ଜୟପାଟଣା ଓ ଧର୍ମଗଡ ଚାଷୀଙ୍କ ପଞ୍ଜୀକରଣ କୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି।ଚାଷୀ ଆନ୍ଦୋଳନକୁ ୧୦ ଦିନ ବିତିଯାଇଥିଲେ ହେଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଏନେଇ ଆଜି ଧର୍ମଗଡ ଆଞ୍ଚଳିକ କୃଷକ ମହାସଂଘ ପକ୍ଷରୁ ବରିଷ୍ଠ ଆଇନଜୀବି ଚାଷୀ ନେତା ତୁଷାର ରଂଜନ ପଟ୍ଟଯୋଶୀ, ଚାଷୀ ନେତା ରବୀନ୍ଦ୍ର ପଟ୍ଟଯୋଶୀ,ଆଞ୍ଚଳିକ କୃଷକ ମହାସଂଘର ସଭାପତି ରଜନୀ ମୁଣ୍ଡ, ପ୍ରେମଲାଲ ସାଗର ,ସାରଦା ବଲ୍ଲଭ ପଣ୍ଡା ବରିଷ୍ଠ ସାମ୍ବାଦିକ ତଥା ଚାଷୀ ନେତା ପ୍ରମୋଦ କୁମାର ପଣ୍ଡା ଏମ ପ୍ରବୀଣ କୁମାର ,ସୁଶାନ୍ତ ପାତ୍ର , ଇଶ୍ୱରୀ ନାଏକ ଧର୍ମଗଡ଼ ରୁ ଆସି ଆଜି ଆନ୍ଦୋଳନ ରେ ସାମିଲ ହୋଇ କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ୧୫ହଜାର ଚାଷୀ ଙ୍କ ରବି ଧାନ କିଣା ପାଇଁ ପଞ୍ଜିକରଣ ହୋଇପାରୁନ ଥିବା ନେଇ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥଲେ।ରବି ଧାନ କିଣା ପାଇଁ ରାସ୍ତା ଅବରୋଧ କରିଛନ୍ତି ଚାଷୀ। ଏନେଇ ବିଭିନ୍ନ ସମୟରେ କଳାହାଣ୍ଡି ଜିଲ୍ଲାର ଜନ ପ୍ରତିନିଧି ଓ ଚାଷି ପ୍ରତିନିଧି ଦଳ ରାଜ୍ୟ ସରକାର ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ମେଗା ଲିଫ୍ଟ ଅଞ୍ଚଳର ଚାଷି ଙ୍କ ପୁଞ୍ଜିଭୁତ ଅସନ୍ତୋଷ ଆନ୍ଦୋଳନ ର ରୂପ ନେଇଛି।

ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ପରିସର ମଧ୍ୟରେ ଥିବା ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ଼ ବ୍ଳକର ୧୮,୮୫୫ ହେକ୍ଟର ଅଞ୍ଚଳର ଚାଷୀ ଚାଷୀ ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି। ପଞ୍ଜିକରଣ ଅବଧି ବୃଦ୍ଧି ପୁନର୍ବିଚାର କରିବା ପାଇଁ ଧର୍ମଗଡ ବିଧାୟକ, ଲାଞ୍ଜିଗଡ଼ ବିଧାୟକ, ଜୁନାଗଡ଼ ବିଧାୟକ ସମେତ ଅନ୍ୟମାନେ ମୁଖ୍ୟମନ୍ତ୍ରୀ,ବିଭାଗୀୟ ମନ୍ତ୍ରୀ, ଡେପୁଟି ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଚାଷୀଙ୍କ ସମସ୍ୟା ସରକାର ନିଶ୍ଚିତ ଶୁଣିବେ ବୋଲି ଚାଷୀମାନେ ଆଶା ବାନ୍ଧିଥିଲେ। ତେବେ ଲାଞ୍ଜିଗଡ଼ ବିଧାୟକ ରାଜ୍ୟ ସରକାରଙ୍କୁ ଦେଇଥିବା ଚିଠିର ଉତ୍ତରରେରାଜ୍ୟ ଡେପୁଟି ସଚିବ ସରୋଜ ପଣ୍ଡାଙ୍କ କାର୍ଯ୍ୟାଳୟରୁ ୨୧ତାରିଖରେ ଆସିଥିବା ଚିଠି ଚାଷୀଙ୍କୁ ନିରୁତ୍ସାହିତ କରିଥିଲା।ଆସନ୍ତା ୨୦ ତାରିଖ ମଧ୍ୟରେ ରାଜ୍ୟ ସରକାର ମେଗା ଲିଫ୍ଟ ଅଞ୍ଚଳର ଚାଷୀଙ୍କ ରବି ଧାନ ପଞ୍ଜିକରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ମେଗା ଲିଫ୍ଟ ଚାଷୀ ଆନ୍ଦୋଳନ ର ନେତା ରାଜୀବ କୁମାର ଅଗ୍ରୱାଲ ଚେତାବନୀ ଦେଇଛନ୍ତି।ସୁଚନା ଯୋଗ୍ୟ ଯେ,ଉକ୍ତ ୩ଟି ବ୍ଳକର୧୮,୮୫୫ ହେକ୍ଟର ଜମିରେ ଚଳିତ ବର୍ଷ ମୋଟ ୭୬ଟି ଗାଁର ୫୬,୬୪୦ଜଣ ଚାଷୀ ରବିଧାନ ଚାଷ କରିଛନ୍ତି।ରାଜ୍ୟ ସରକାରଙ୍କ ପକ୍ଷରୁ ରବିଧାନ ବିକ୍ରି ପାଇଁ ପି-ପାସ ପଞ୍ଜୀକରଣ ଗତ ମାର୍ଚ୍ଚ ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ରହିଥିଲା। ମାତ୍ର ମେଗାଲିଫ୍ ଚାଷୀଙ୍କ ପାଇଁ ଅନଲାଇନରେ କୌଣସି ତଥ୍ୟ ନଥିବାରୁ ସେମାନେ ରବିଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ କୋକସରାବ୍ଲକର ୪୧ଟି ଗାଁର ୯୮୩୨ହେକ୍ଟର ଓ ଧର୍ମଗଡ଼ ବ୍ଳକର ୧୩ଟି ଗାଁର ୨୩୩୪, ମୋଟ ୧୨, ୧୬୬ ହେକ୍ଟର ଓ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ୬୬୭୧ହେକ୍ଟର ଜମିର ଚାଷୀପ୍ରଭାବିତ ହେବେ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
