May 23, 2026
Home » କଳାହାଣ୍ଡି ଜିଲ୍ଲା ଓ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରାଜ୍ୟ ରେ ଶ୍ରେଷ୍ଠ ସ୍କାଉଟ କ୍ୟାମ୍ପରୀ ପୁରସ୍କାର

କଳାହାଣ୍ଡି ଜିଲ୍ଲା ଓ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରାଜ୍ୟ ରେ ଶ୍ରେଷ୍ଠ ସ୍କାଉଟ କ୍ୟାମ୍ପରୀ ପୁରସ୍କାର

0
WhatsApp Image 2026-05-22 at 9.05.57 AM

 

ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଙ୍କ ଦ୍ଵାରା ପୁରସ୍କୃତ….

ଧର୍ମଗଡ଼ :କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ଼ କ୍ୟାମ୍ପରୀ ଶ୍ରେଷ୍ଠ ଭାବେ ବିବେଚିତ ହୋଇଛି।ରାଜ୍ୟ ସ୍କାଉଟ କମିଶନର ଙ୍କ ସୁପାରିଶ କ୍ରମେ ଏହି କ୍ୟାମ୍ପରୀ ରାଜ୍ୟ ରେ ସର୍ବୋତ୍ତମ ବିବେଚିତ ହୋଇ ରାଜ୍ୟପାଳ ପୁରସ୍କାର ପାଇଁ ମନୋନୀତ ହୋଇଥିଲା।ଗୁରୁବାର ଦିନ ଭୁବନେଶ୍ବରସ୍ଥିତ ଲୋକ ଭବନ ର ନିଉ ଅଭିଷେକ ହଲ ରେ ଆୟୋଜିତ ସ୍କାଉଟ ଓ ଗାଇଡ଼ କ୍ୟାମ୍ପରୀ ର ରାଜ୍ୟସ୍ତରୀୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଓଡିଶାର ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳାହାଣ୍ଡିକୁ ଏହି ପୁରସ୍କାର ପ୍ରଦାନ କରି ବିଦ୍ୟାଳୟ ସ୍ୱଛତା ପରିବେଶ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍କାଉଟ ଓ ଗାଇଡ଼ ମାନଙ୍କୁ ଦେଶ ସେବା ରେ ବ୍ରତୀ ହେବା ପାଇଁ ଉଦବୋଧନ ଦେଇଥିଲେ।ସ୍କାଉଟ ଓ ଗାଇଡ଼ ରାଜ୍ୟ କମିଶନର ଡ.କାଳୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

କଳାହାଣ୍ଡି ଜିଲ୍ଲା ଶିକ୍ଷlଧିକାରୀ ତଥା ଜିଲ୍ଲା ସ୍କାଉଟ କମିଶନର ରାଧା କାନ୍ତ ଛାତ୍ରୀ, ଜିଲ୍ଲା ସ୍କାଉଟ ସମ୍ପାଦକ ଶ୍ରୀ ରୁପସିଂ ରାଉତ ଓ ଆୟୋଜକ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜୟନ୍ତ କୁମାର ମୁଣ୍ଡ ଓ ଶାରୀରିକ ଶିକ୍ଷା ଶିକ୍ଷକ ତଥା ନୋଡାଲ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ ମହାମହିମ ରାଜ୍ୟପାଳଙ୍କ ଠାରୁପୁରସ୍କାର ଗ୍ରହଣ କରିଥଲେ।ଏହି ଅବସରରେ କଳାହାଣ୍ଡି ଜିଲ୍ଲା ର ୧୦ଜଣ ସ୍କାଉଟ ଓ ଗାଇଡ଼ ତାଙ୍କରି କୃତିତ୍ୱ ପାଇଁ ରାଜ୍ୟପାଳ ଙ୍କ ଠାରୁ ପୁରସ୍କୃତ ହୋଇଥିଲେ।ପୁରସ୍କୃତ କଳାହାଣ୍ଫି ଜିଲ୍ଲାର ୧୦ ଜଣ ମଧ୍ୟରେ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ମୟଙ୍କ ସାଗର ଓ ଶିବଶୁତୋଷ କୁମାର ସାମିଲ ଅଛନ୍ତି।ସୁଚନା ଯୋଗ୍ୟ ଯେ,କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗତ ମାର୍ଚ୍ଚ ୨୮ରୁ ୩୦ ତାରିଖ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ଼ କ୍ୟାମ୍ପରୀ ଅନୁଷ୍ଠିତ ହୋଇଥିଲା ଯେଉଁ ଠାରେ ୭୩୦ଜଣ ସ୍କାଉଟ ଓ ଗାଇଡ଼ ଭାଗ ନେଇଥିଲେ। ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାକୁ ଉଦଘାଟନ କରି ଅତି ସୁନ୍ଦର ସୁଶୃଙ୍ଖଳିତ ଓ ବଳିଷ୍ଠ ଭାବେ ଏହା ସମ୍ପାଦିତ ହୋଇଥିବାରୁ ଭୂୟସୀ ପ୍ରଂଶସା କରିଥିଲେ।ଏହି କୃତିତ୍ୱ କୁ ନେଇ ଜିଲ୍ଲାବ୍ୟାପୀ ଖୁସିର ଲହରୀ ଖେଳି ଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଙ୍କ ବଳିଷ୍ଠ ମାର୍ଗଦର୍ଶନ ରେ ଏହି ସଫଳତା ପ୍ରାପ୍ତ ହୋଇଛି ବୋଲି ଆୟୋଜକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଜୟନ୍ତ କୁମାର ମୁଣ୍ଡ ନିଜ ପ୍ରତିକ୍ରିୟାରେ ରୁ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *