August 20, 2026
Home » ରବି ଧାନ କିଣା ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଧର୍ମଗଡ଼ ବିଧାୟକ

ରବି ଧାନ କିଣା ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଧର୍ମଗଡ଼ ବିଧାୟକ

0
WhatsApp Image 2026-05-22 at 1.56.33 PM

ବ୍ୟବସ୍ଥିତ ଢଙ୍ଗରେ ଇନ୍ଦ୍ରାବତୀ ମେଗା ଲିଫ୍ଟ ଅଞ୍ଚଳରୁ ରବି ଧାନ କିଣା ନେଇ ଆଶା ଉଜ୍ଜଳ….

ଧର୍ମଗଡ଼ : ଚଳିତ ରବି ଋତୁରେ ଇନ୍ଦ୍ରାବତୀ ମେଗା ଲିଫ୍ଟ ଜଳସେଚିତ ପ୍ରାୟ ୧୮ ହଜାର ହେକ୍ଟର ଚାଷ ଜମିରେ ପ୍ରାୟ ୭ହଜାର ରୁ ଉର୍ଦ୍ଧ୍ବ ଚାଷୀ ଧାନ ଚାଷ କରିଛନ୍ତି। ରବି ଋତୁର ଧାନ କିଣା ପାଇଁ ଖାଦ୍ୟ ଓ ଯୋଗାଣ ବିଭାଗ ଆଇ ପାସ୍ ପୋର୍ଟାଲ ରେ ପଞ୍ଜୀକରଣ ପାଇଁ ମାର୍ଚ୍ଚ ମାସରେ ଧାର୍ଯ୍ୟ ସମୟ ମଧ୍ୟରେ ଏହି ଚାଷୀ ମାନେ ପଞ୍ଜୀକୃତ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହି ପ୍ରସଙ୍ଗ ରେ ବିଧାନସଭାର ବଜେଟ୍ ଅଧିବେଶନ କାଳରେ ଧର୍ମଗଡ଼ ବିଧାୟକ ତଥ୍ୟ ସମ୍ବଳିତ ଯୁକ୍ତି ଉପସ୍ଥାପିତ କରି ପଞ୍ଜୀକୃତ ହୋଇ ନଥିବା ଚାଷୀ ମାନଙ୍କୁ ପୁନଃ ପଞ୍ଜୀକରଣ ପାଇଁ ସୁଯୋଗ ଦେବା ସକାଶେ ଅନୁରୋଧ କରିଥିଲେ। ଏହି ପ୍ରସଙ୍ଗ ନେଇ ବିଧାୟକଙ୍କ ସହିତ ପୂର୍ବତନ ବିରୋଧୀ ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ ଓ ଜିଲ୍ଳା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ ମୂଖ୍ୟମନ୍ତ୍ରୀ ଙ୍କୁ ଭେଟି ଚାଷୀଙ୍କ ସମସ୍ୟା ଓ ସୁଯୋଗ ପାଇ ନ ଥିବା ଚାଷୀଙ୍କୁ ପୁନଃ ପଞ୍ଜୀକରଣ କରି ରବି ଧାନ ବିକ୍ରୟ କରିବା ପାଇଁ ସୁଯୋଗ ଦେବା ସକାଶେ ଅନୁରୋଧ କରିଥିଲେ।

ଦିନକୁ ଦିନ ଚାଷୀ ଆନ୍ଦୋଳନ ତୀବ୍ର ତର ହେଉଥିବା ଦେଖି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ,କଳାହାଣ୍ଡି ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଓ ଓଡ଼ିଶା ଗ୍ରସ୍ତ ରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଭେଟି ଚାଷୀଙ୍କ ସମସ୍ୟା ନେଇ ସ୍ମାରକ ପତ୍ର ଦେଇ ଅନୁରୋଧ କରିଥିଲେ।ଇତି ମଧ୍ୟରେ ମେଗା ଲିଫ୍ଟ ଅଞ୍ଚଳର ଚାଷୀଙ୍କ ରବି ଧାନ କିଣା ପ୍ରସଙ୍ଗ କୁ ନେଇ ବିରୋଧି ବିଜେଡ଼ି ଓ କଂଗ୍ରେସ ଚାଷୀ ମାନଙ୍କୁ ନେଇ ରାସ୍ତାରୋକ, ବନ୍ଦ ପାଳନ, ଅନଶନ କରି ସରକାରଙ୍କୁ ଚାଷୀ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ।ଧର୍ମଗଡ଼ ବିଧାୟକ ଗତ ୨୦ ତାରିଖରେ ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଙ୍କ ଉପସ୍ଥିତିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କୁ ଭେଟି ପୁନର୍ବାର ଚାଷୀଙ୍କ ରବି ଧାନ କିଣା ପାଇଁ ଏକ ତଥ୍ୟ ସମ୍ବଳିତ ସ୍ମାରକ ପତ୍ର ଦେଇଥିଲେ।

ଏ ସମ୍ପର୍କରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ପଚାରିବାରୁ ମେଗା ଲିଫ୍ଟ ଜଳସେଚିତ ଅଞ୍ଚଳର ଚାଷୀଙ୍କ ତଥ୍ୟ ଠିକ୍ ଢଙ୍ଗରେ ଗତ ସରକାରଙ୍କ ଅମଳରେ ସର୍ଭେ କରାଯାଇ ନ ଥିବା ଯୋଗୁଁ ପୋର୍ଟାଲ୍ ରେ ପଞ୍ଜୀକରଣ ସମସ୍ୟା ଦେଖା ଦେଇଛି ବୋଲି ପ୍ରକାଶ କରିଛନ୍ତି।ଚାଷୀଙ୍କ ରବି ଧାନ କିଣା କିପରି କିଣା ଯାଇ ପାରିବ ଏନେଇ ମାନ୍ୟବର ମୁଖ୍ଯମନ୍ତ୍ରୀ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରି ଖୁବ୍ ଶୀଘ୍ର ରବି ଧାନ କିଣା ସମସ୍ୟାର ସମଧାନ ହେଵ ବୋଲି ସେ କହିଛନ୍ତି।ଏ ସମ୍ପର୍କରେ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଚାଷୀଙ୍କ ସହିତ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇ ସରକାରୀ ଵ୍ୟଵସ୍ଥା ମଧ୍ୟରେ ପୁନଃ ସର୍ଭେ କରାଯାଇ ଖୁବ୍ ଶୀଘ୍ର ରବି ଧାନ କିଣା ପାଇଁ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ଶାସନ ସଚିବ ବିଧାୟକ ଙ୍କୁ ପ୍ରତିଶୃତି ଦେଇଥିଲେ। ମୁଖ୍ୟ ଶାସନ ସଚିବ ଙ୍କ ନିର୍ଦ୍ଦେଶ ପାଇ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଗତକାଲି କୋକସରା ଠାରେ ଆନ୍ଦୋଳନରତ ଚାଷୀଙ୍କୁ ସରକାର ଖୁବ୍ ଶୀଘ୍ର ପଦକ୍ଷେପ ନେଉଛନ୍ତି ବୋଲି ପ୍ରତିଶୃତି ଦେଇ ଆନ୍ଦୋଳନକାରୀ ଙ୍କ ଅନଶନ ଭାଙ୍ଗି ଥିଲେ।ମୁଖ୍ୟ ଶାସନ ସଚିବ ଙ୍କ ବିଧାୟକଙ୍କୁ ପ୍ରତିଶ୍ରୁତି ପରେ ରବି ଧାନ କିଣା ପାଇଁ ଆନ୍ଦୋଳନରତ ଚାଷୀଙ୍କ ମହଲରେ ଆଶା ର ସଂଚାର ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed