May 27, 2026
Home » ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବୁନୁ

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବୁନୁ

0
Screenshot 2026-05-27 145121

୨୦ ବର୍ଷ ଅବସରରେ ନିଜର ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଥିଲେ ରାଜଧାନୀ ଭୁବନେଶ୍ୱର ୟୁନିଟ୍ ୬ ସ୍ଥିତ ଏସ୍‌ଆର ଗେଷ୍ଟ ହାଉସର ପରିଚାଳକ ବୁନୁ ବାରିକ।

ସାଧାରଣତଃ ଜନ୍ମ ଦିନକୁ ଲୋକେ ନାନା ଆଡମ୍ବର ସହକାରେ ପାଳନ କରୁଥିବାବେଳେ ବୁନୁ କିନ୍ତୁ ତାହା ପରିବର୍ତ୍ତେ ନିକଟସ୍ଥ ଜରାନିବାସକୁ ଯାଇ ରହୁଥିବା ବୃଦ୍ଧ, ବୃଦ୍ଧା ଓ ଅସହାୟମାନଙ୍କ ଗହଣରେ କେକ୍‌କାଟି ମିଷ୍ଟାନ୍ନ ବଣ୍ଟନ ସହ ବିଭିନ୍ନ ଖାଦ୍ୟ ପଦାର୍ଥର ଭେଟି ଦେଇଥିଲେ।

ଏହି ଅବସରରେ ଉପସ୍ଥିତ ଅନ୍ତେବାସୀମାନେ ତାଙ୍କୁ ଆଶିର୍ବାଦ କରିବା ସହିତ ନିରାମୟ ଜୀବନ କାମନା କରିଥିଲେ।
ପ୍ରକାଶଯୋଗ୍ୟ ଯେ, ଏହି ଯୁବକ ଜଣକ ଅତ୍ୟନ୍ତ ସ୍ନେହୀ, ମେଳାପି ଓ ପରୋପକାରୀ ଭାବେ ଏ ଅଞ୍ଚଳରେ ଜଣାଶୁଣା।

 

esternpress agency

Leave a Reply

Your email address will not be published. Required fields are marked *