May 31, 2026
Home » ବିଏମ୍ ସି ପକ୍ଷରୁ ଆରମ୍ଭ ହେଲା ସଘନ ସଂଶୋଧନ କାର୍ଯ୍ୟକ୍ରମ

ବିଏମ୍ ସି ପକ୍ଷରୁ ଆରମ୍ଭ ହେଲା ସଘନ ସଂଶୋଧନ କାର୍ଯ୍ୟକ୍ରମ

0
WhatsApp Image 2026-05-31 at 4.44.43 PM

ଭୁବନେଶ୍ୱର;:ଆରମ୍ଭ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)2026 କାର୍ଯ୍ୟକ୍ରମ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ 112, 113 ଓ 114 ବିଧାନସଭା କ୍ଷେତ୍ର ପାଇଁ ତିନୋଟି ହେଲ୍ପ ଡେସ୍କ ଆଜିଠାରୁ ଖୋଲାଯାଇଛି । ଏହି ହେଲ୍ପ ଡେକ୍ସକୁ ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା ଉଦ୍ଘାଟନ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ବପାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ, ବିଏଲ୍ଓ ଓ କର୍ମଚାରୀ ଯୋଗଦେଇଥିଲେ । ଭୋଟର ତାଲିକାର ସଠିକତା ସୁନିଶ୍ଚିତ କରିବା ସହ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା । ଏହି ଅଭିଯାନର ସଫଳତା ପାଇଁ ସମସ୍ତ ଭୋଟରଙ୍କୁ ସକ୍ରିୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ । କୌଣସି ଯୋଗ୍ୟ ଭୋଟର ତାଲିକାରୁ ବାଦ ନ ପଡନ୍ତୁ ଏବଂ ଅଯୋଗ୍ୟ ଭୋଟର ଯେପରି ତାଲିକା ଭୁକ୍ତ ନ ହୁଅନ୍ତୁ, ସେଥିପ୍ରତି ଜନସାଧାରଣ ସଚେତନ ରହିବା ଦରକାର ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଆଜି ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସମୁଦାୟ 719 ଜଣ ବୁଥ୍ ଲେଭଲ ଅଧିକାରୀ (ବିଏଲ୍ଓ)କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିରେ ଭୋଟର ପଞ୍ଜିକରଣ ଅଧିକାରୀ, ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ, ସୁପରଭାଇଜର ପ୍ରମୁଖ ବିଭିନ୍ନ ବିଧାନସଭା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଅଧିକାରୀମାନେ ଲୋକମାନଙ୍କୁ ଫର୍ମ ଦେବା ସହ ସଂପୂର୍ଣ୍ଣ ଭାବେ ପୂରଣ ହୋଇଥିବା ଫର୍ମ ଗ୍ରହଣ କରୁଛନ୍ତି । ବିଭିନ୍ନ ସାହି, ବସ୍ତି ଓ ଅଂଚଳରେ ଏହି କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି । ଏହା ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ଜନସାଧାରଣ, ଅଧିକାରୀମାନଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଭୁବନେଶ୍ୱର ମହାନଗର ନିଗମ କମିଶନର ।

Leave a Reply

Your email address will not be published. Required fields are marked *