May 31, 2026
Home » ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (CEE)ଜୁନ୍ ୧, ୨୦୨୬ ରୁ ଜୁନ୍ ୧୨, ୨୦୨୬ ପର୍ଯ୍ୟନ୍ତ

ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (CEE)ଜୁନ୍ ୧, ୨୦୨୬ ରୁ ଜୁନ୍ ୧୨, ୨୦୨୬ ପର୍ଯ୍ୟନ୍ତ

0
WhatsApp Image 2026-05-31 at 8.29.06 AM

 

ନିଯୁକ୍ତି ବର୍ଷ ୨୦୨୬-୨୦୨୭ ପାଇଁ ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା(CEE) ୧ଜୁନ୍, ୨୦୨୬ ରୁ ୧୨ ଜୁନ୍, ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କୋଲକାତାର ନିଯୁକ୍ତି ଜୋନରେ, ସିକିମ୍‌, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରାଜ୍ୟର ୧୭ଟି ସହରର ୨୬ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ରାଜ୍ୟ ପାଇଁ, ଏହି ପରୀକ୍ଷା ସାତଟି ସହରରେ ଅନୁଷ୍ଠିତ ହେବ: କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ବର ଏବଂ ବ୍ରହ୍ମପୁର(ଗଞ୍ଜାମ)।

ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ କରିବା ପାଇଁ ପଞ୍ଜିକରଣ ସମୟ ୧୦ ଅପ୍ରେଲ, ୨୦୨୬ ରେ ବନ୍ଦ ହୋଇଗଲା I ପ୍ରାର୍ଥୀମାନେ ୧୫ ମଇ, ୨୦୨୬ ଠାରୁ www.joinindianarmy.nic.in ରୁ ସେମାନଙ୍କର ପ୍ରବେଶ ପତ୍ର ଦେଖିପାରିବେ ଏବଂ ଡାଉନଲୋଡ୍ କରିପାରିବେ । ସଫଳତାର ସହ ପଞ୍ଜୀକୃତ ପ୍ରାର୍ଥୀ ଯେଉଁମାନେ ସେମାନଙ୍କର ପ୍ରବେଶ ପତ୍ର ପାଇ ନାହାଁନ୍ତି ସେମାନେ ସେମାନଙ୍କର ସମ୍ପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ (ARO) ସହିତ ଯୋଗାଯୋଗ କରିପାରିବେ ।

କମ୍ପ୍ୟୁଟର ଆଧାରିତ ଅନଲାଇନ୍ ପରୀକ୍ଷାକୁ ବୁଝିବା ଏବଂ ଅଭ୍ୟାସ କରିବା ପାଇଁପ୍ରାର୍ଥୀମାନଙ୍କୁ www.joinindianarmy.nic.in ୱେବସାଇଟ୍ ପରିଦର୍ଶନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (CEE) ପରେ, ମନୋନୀତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଳାଫଳ ଏବଂ ନିଯୁକ୍ତି ରାଲିର କାର୍ଯ୍ୟସୂଚୀ ବିଷୟରେ ସୂଚିତ କରାଯିବ। ପ୍ରାର୍ଥୀମାନଙ୍କୁ କୌଣସି ମଧ୍ଯସ୍ଥି (ଦାଉଟ)ଙ୍କ ଶିକାର ନ ହେବାକୁ ପରାମର୍ଶ ଦିଆଯାଇଛି I ଯେକୌଣସି ପ୍ରଶ୍ନ ଥିବା ପ୍ରାର୍ଥୀମାନେ ସେମାନଙ୍କର ନିକଟତମ / ପ୍ରାସଙ୍ଗିକ ନିଯୁକ୍ତି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ଉଚିତ ।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *