ଅଘୋଷିତ ବିଜୁଳି କାଟକୁ ନେଇ ଗର୍ଜିଲା ରଣପୁର କଂଗ୍ରେସ
ରଣପୁର ବ୍ଲକ ରେ ଟାଟାପାଞ୍ଵାର କମ୍ପାନି ଅଘୋଷିତ ବିଦ୍ୟୁତକାଟ,ଲୋଭୋଲଟଜ ଓ ଉପଭୋକ୍ତାଙ୍କୁ ସୋଷଣା କରିବା ବନ୍ଦ କରିବା ଜାବୀରେ ରଣପୁର ବ୍ଳକ କଂଗ୍ରେସ କମିଟି ପକ୍ଷରୁ ସଭାପତି ଶତୃଘ୍ନ ପାଇକରାଙ୍କ ନେତୃତ୍ଵରେ ରଣପୁର ଟାଟା ପାୱIର କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଵ ପଦର୍ଶନ କରାଯାଚ୍ଛି ରଣପୁର ବ୍ଲକ ଅଞ୍ଚଳରେ ବାରମ୍ଵାର ବିଦ୍ୟୁତ କାଟ ଦ୍ଵାରା ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ କରିସାରିଲାଣି । ଉପଭୋକ୍ତା ଙ୍କୁ ସର୍ବନିମ୍ନ ନିରନ୍ତର ବିଦ୍ୟୁତ ସେବା ଯୋଗାଇବାରେ ଟାଟା ପାୱାର ବିଫଳ ହୋଇ ରାଜ୍ୟସରକାର ଙ୍କ ଶକ୍ତିବିଭାଗ ସହିତ କରିଥିବା ଚୁକ୍ତି ସର୍ତlବଳି ଉଲଘଂନ କରିଥିବା ଏବଂ ରାଜ୍ୟର ସର୍ବାଧିକ ଆବଶ୍ୟକତା ୮୦୦୦ମେଗା ୱାଟ ହେଇଥିବାବେଳେ ଅନୁମୋଦନ ହୋଇଛି ମାତ୍ର ୬୩୫୦ମେଗାୱାଟ l ଏହା ଟାଟାପାୱାର ଏକ ଷଡଯନ୍ତ୍ର l

ରାଜ୍ୟସରକାର, ଗ୍ରୀଡ଼କୋ ଓ ବିଦୂତ ନିୟାମକ ଆୟୋଗ ତୁରନ୍ତ ହସ୍ତକ୍ଷପ କରିବାପାଇଁ ପୂର୍ବତନ ନୟାଗଡ ଜିଲ୍ଲକଂଗ୍ରେସ ସଭାପତି ସତ୍ୟବ୍ରତ ନାୟକ ଦାବୀ କରିଛନ୍ତି l ତୁରନ୍ତ ଟାଟାପାୱାର ଚୁକ୍ତି ବାତିଲ କରାଯାଉ ଏବଂ ଉପୋଭୋକ୍ତା ଙ୍କ ଚାହିଦା ମୁତାବକ ପ୍ରତ୍ୟକ ବିଦୂତ ଟ୍ରାନ୍ସଫର୍ମର କିଲୋୱାଟ କ୍ଷମତା ବୃଦ୍ଧି କରାଯାଉ, ପୁରୁଣା ଟ୍ରାନ୍ସଫର୍ମର ବଦଳାଯାଉ ପ୍ରତିବାଦ ବିକ୍ଷୋଭ ରେ ରଣପୁର ନଗର ସଭାପତି ପ୍ରଭାତ ଦେଲେ, ଜିଲ୍ଲାକଂଗ୍ରେସ ଉପସଭାପତି ବାଳକୃଷ୍ଣ ଷଡ଼ଙ୍ଗୀ,ସାଧାରଣ ସମ୍ପାଦକ ପ୍ରତିମା ଜେନା, ମହେଶ ସାହୁ, ପ୍ରସନ୍ନ ସାମନ୍ତରା, ଜିତେନ୍ଦ୍ର ପ୍ରଧାନ, ଅନିଲ ପରିଡା, ପ୍ରକାଶ ଚନ୍ଦ୍ର ନାୟକ, ସୁଦର୍ଶନ ମିର ଆବୁବାକର ସିଦିକି, ସୁଦର୍ଶନ ପ୍ରଧାନ,କୃଷ୍ଣ ଚନ୍ଦ୍ର ସେଠି, ଦିତିକୃଷ୍ଣ ସାମନ୍ତରା, ସର ମହାପାତ୍ର,ଡମ୍ବରୁଧର ମହାପାତ୍ର, ଶ୍ରୀଧର ଜେନା, ମାନସ ମାନସିଂହ, ହାଡିବନ୍ଧୁ ପ୍ରଧାନ, ବ୍ରଜ ଶାସମଳ ସମେତ ବହୁ କଂଗ୍ରେସ ନେତା ବିକ୍ଷୋଭ ରେ ସାମିଲ ହୋଲଥିଲେ l
ରଣପୁର ରୁ ବାଳକୃଷ୍ଣ ଷଢଙ୍ଗୀ
ଇପିଏ ନ୍ଯୁଜ
