June 8, 2026
Home » ପାରାଦ୍ୱୀପ ନଗରପାଳଙ୍କ ବାସଭବନକୁ ବୋମା ମାଡ଼ ଘଟଣା:ମୁଖ୍ୟ ଅଭିଯୁକ୍ତ ଓ ଷଡଯନ୍ତ୍ରକାରୀଙ୍କୁ ଗିରଫ କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ।

ପାରାଦ୍ୱୀପ ନଗରପାଳଙ୍କ ବାସଭବନକୁ ବୋମା ମାଡ଼ ଘଟଣା:ମୁଖ୍ୟ ଅଭିଯୁକ୍ତ ଓ ଷଡଯନ୍ତ୍ରକାରୀଙ୍କୁ ଗିରଫ କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ।

0
WhatsApp Image 2026-06-08 at 2.04.38 PM

 

ପାରାଦ୍ୱୀପ – ଗତ ମଇ ୩୦ ତାରିଖ ସନ୍ଧ୍ୟାରେ ପାରାଦ୍ୱୀପ ନଗରପାଳ ଶ୍ରୀ ବସନ୍ତ କୁମାର ବିଶ୍ବାଳଙ୍କ ଘରକୁ ବୋମା ମାଡ଼ ଘଟଣାରେ କଂଗ୍ରେସ ଦଳ ପକ୍ଷରୁ ପ୍ରଥମେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ପାରାଦ୍ୱୀପ ୪ ଦିନ ପରେ ବୋମା ମାଡ଼ କରିଥିବା ୩ଜଣଙ୍କୁ ଗିରଫ କରିଥିବା ଅଭିଯୋଗ ମୁଖ୍ୟ ଅଭିଯୁକ୍ତ ଶ୍ରୀ ଜ୍ୟୋତି କାନ୍ତ ପରିଡ଼ା@ବାପୁ ଅଦ୍ୟାବଧି ଫେରାର ଅଛି।କିନ୍ତୁ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ର କରିଥିବା ଅରିନ୍ଦମ ସର୍ଖେଲ@ବାପି ଓ ବାପୁ ପରିଡାକୁ ତୁରନ୍ତ ଗିରଫ କରି ପାରାଦ୍ୱୀପର ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଦାବି ପତ୍ର ପ୍ରଦାନ କରାଯାଇଛି ଯେ ଏହାର ଏକାକିତା ନକଲ ରାଜ୍ୟ ଗୃହ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ପୋଲିସ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ବାପି ସର୍ଖେଲ ଓ ବାପୁ ପରିଡାଙ୍କ ଆୟର ଉତ୍ସ ସମ୍ପର୍କରେ ତଦନ୍ତ କରାଯାଉ ଏବଂ ବାପି ସର୍ଖେଲ ସୁନ୍ଦରଗଡ ବିରମିତ୍ରପୁରରୁ ୨୦୦୦ ମସିହାରେ ପାରାଦ୍ୱୀପ ଆସି କିପରି କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜ୍ଜନ କରିଛନ୍ତି ,ସେ ସମ୍ପର୍କରେ ତଦନ୍ତ କରାଯାଉ।ଅପର ପକ୍ଷରେ ଯେଉଁ ଦିନ ନଗରପାଳଙ୍କ ଘରକୁ ବୋମା ମାଡ଼ ହେଲା, ସେହି ଦିନ ବାପି ସର୍ଖେଲ ପାରାଦ୍ୱୀପରେ ଥିଲେ ଏବଂ ବୋମାମାଡରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ବାପିଙ୍କ ଅଫିସକୁ ଆସିଥିଲେ ବୋଲି ସୂଚନା ମିଳିଛି।ତେଣୁ ବାପିଙ୍କ ସି ସି ଟିଭି କ୍ୟାମେରା ତଦନ୍ତ କଲେ ଅନେକ ତଥ୍ୟ ମିଳି ପାରିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।ଆଜିର ଏହି କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ଶ୍ରୀ କେଦାର ବିଶ୍ବାଳଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ଯାଇ ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀ ପତ୍ର ପ୍ରଦାନ କରିବା ସହିତ ବାପି ସର୍ଖେଲ ଓ ବାପୁ ପରିଡାଙ୍କୁ ତୁରନ୍ତ ଗିରଫ କରିବା ପାଇଁ କହିଛନ୍ତି।

 

prasanta dash nka report

Leave a Reply

Your email address will not be published. Required fields are marked *

You may have missed