ସରପଞ୍ଚ ଚାମେଲୀ ଓଝା ଙ୍କ ବିରୁଦ୍ଧରେ
ପୁରୀରେ ଚାମେଲୀ ଓଝା। କେନ୍ଦ୍ରାପଡ଼ା ତିଖିରି ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲୀ ଓଝା ଙ୍କ ବିରୁଦ୍ଧରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏବଂ ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ କୁ ଦୃଢ଼ ବିରୋଧ କରିଛି ପୁରୀ ଜିଲ୍ଲା ସରପଞ୍ଚ ମହାସଂଘ। ଯଥାଶୀଘ୍ର ସରପଞ୍ଚ ଚାମେଲୀ ଓଝା ଙ୍କୁ ନ୍ୟାୟ ପ୍ରଦାନ ଏବଂ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଧିକାରୀ ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ପୁରୀ ଜିଲ୍ଲା ସରପଞ୍ଚ ମହାସଂଘ।


ଆଜି ପୁରୀ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ଏନେଇ ଏକ ଦାବିପତ୍ର ପୁରୀ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଏହି ପ୍ରତିବାଦ ପ୍ରଦର୍ଶନ କାର୍ଯ୍ୟକ୍ରମରେ ନିଜେ ସରପଞ୍ଚ ଚାମେଲୀ ଓଝା ସାମିଲ୍ ହୋଇଥିଲେ। ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁରୀ ଜିଲ୍ଲା ସରପଞ୍ଚ ସଂଘ ର ସଦସ୍ୟ ମାନେ ବିକ୍ଷୋଭ ଏବଂ ଧାରଣା ପ୍ରଦର୍ଶନ କରିଥିଲେ। ସରପଞ୍ଚ ଚାମେଲୀ ଓଝା ଙ୍କୁ ଶିଘ୍ର ନ୍ୟାୟ ପ୍ରଦାନ କରାନଗଲେ ଆଗାମୀ ଦିନରେ ଆହୁରି ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।
