କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l
ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ପଟାଭାଡ଼ି ଠାରେ ଗଢିଉଠିଥିବା କୋଶଳ ଉଚ୍ଚ ବିଦ୍ୟାଳୟରେ ତ୍ରି ଦିବସୀୟ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇ ଯାଇଛି l ନୁଆଁ ଶିକ୍ଷା ବର୍ଷରେ ନୂତନ ଢାଞ୍ଚା ଓ ଶିକ୍ଷାଦାନ ଶୈଳୀର ଦକ୍ଷତା ବୃଦ୍ଧି କରିବା ପାଇଁ ଗ୍ରୀଷ୍ମ ଅବକାଶ ପରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଛି l ଯାହାଫଳରେ ତାଲିମ ପ୍ରାପ୍ତ ହୋଇ ଶିକ୍ଷାଦାନ ଦେଲେ ଶିଶୁମାନେ ଲାଭବାନ ହେବେ ଓ ଅଗ୍ରଗତି ପାନ୍ଥକୁ ଅବଲୋକନ କରିବା ହେବେ l ଏହି ପ୍ରଶିକ୍ଷଣରେ ସୁଦୂର ନବରଙ୍ଗପୁର, କୋରାପୁଟ, ବୌଦ୍ଧ ଏହିପରି ଅନେକ ସ୍ଥାନରୁ ଆସି ଯୋଗଦେଇ ତାଲିମ ଗ୍ରହଣ କରିବେ l କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ସ୍ୱତନ୍ତ୍ର ଅତିଥି ଭାବରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ପ୍ରତିଷ୍ଠାତା ଶ୍ରୀମହନ୍ତ ମହାମଣ୍ଡଳେଶ୍ୱର କମଳାକାନ୍ତ ଦାସ ମହାରାଜ, ସଂସ୍ଥାନର କାର୍ଯ୍ୟକାରୀ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ, ବିଦ୍ୟାଳୟର ସଭାପତି ତଥା ବିଶିଷ୍ଟ ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ ଓ ମୁଖ୍ୟ ବକ୍ତା ଭାବରେ ସୁବର୍ଣ୍ଣପୁର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଉମାକାନ୍ତ ନାଗ ପ୍ରଭୃତି ଯୋଗଦେଇ ବିଭିନ୍ନ ଉପଦେଶାତ୍ମକ ବାଣୀ ଉପସ୍ଥାପିତ କରିବା ସହ ଏକ ଆଦର୍ଶ ଶିକ୍ଷକ ହୋଇ ଗଢି ଉଠିବାକୁ ପରାମର୍ଶ ଦେଇଥିଲେ |ପ୍ରାୟତଃ 45 ଜଣ ଗୁରୁଜୀ ଗୁରୁମା ଯୋଗ ଦେଇଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପରମା ନାଏକ ଅତିଥିଙ୍କ ଉଦ୍ଧେଶ୍ୟରେ ସ୍ୱାଗତ ଅଭିଭାଷଣ ରଖିବା ସହିତ ଶିବିରର ଉଦ୍ଧେଶ୍ୟ ଉପସ୍ଥାପନ କରିଥିଲେ l ସମ୍ପାଦକ ସଞ୍ଜୟ କୁମାର ସାହୁ ଧନ୍ୟବାଦର ପର୍ବକୁ ଆଗେଇଥିଲେ ଓ ସହ ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ସ୍ମିତାରାଣୀ ନାଏକ ମଞ୍ଚ ପରିଚାଳନା କରିଥିଲେ l ଶିକ୍ଷକ ପ୍ରମୋଦ ସାହୁ, ଦୀପକ କୁମ୍ଭାର, ସୁମନ ସାହୁ, ଶୁକ୍ଳମ୍ବର ବନଛୋର ଓ ଶିକ୍ଷୟିତ୍ରୀ ଦିପ୍ତିମୟୀ ପଲିଆ, କାମିନୀ ଜେନା, ବୁଲି ବିଶ୍ୱାଳ, ରମିଲା ସାହୁ, ଅନନ୍ୟା ପଧାନ, ନମିତା କୁମ୍ଭାର, ରୁପା ପଧାନ ପ୍ରଭୁତି ଯୋଗଦେଇ କାର୍ଯ୍ୟକ୍ରମ କୁ ସୁଫଳ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
