June 21, 2026
Home » ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ : ସୁବର୍ଣ୍ଣପୁରରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬

ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ : ସୁବର୍ଣ୍ଣପୁରରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬

0
WhatsApp Image 2026-06-21 at 5.05.11 PM

 

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଯୋଗ ମହୋତ୍ସବ ସମିତି ଓଡ଼ିଶା ସରକାର ଙ୍କ ସହଯୋଗ ରେ ନୂଆଁ ଟାଉନ୍ ହଲ୍ ଠାରେ ସମାରୋହ ରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳିତ ହୋଇଯାଇଛି | ଏହି ଅବସରରେ ବୀର ମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆତ୍ମା ପରେ ଜୀବନ ର ପ୍ରକୃତ ବନ୍ଧୁ ହେଉଛି ଆମ ଶରୀର ବୋଲି କହି ଖାଦ୍ୟ ପେୟ ଉପରେ ମଧ୍ୟ ଆମେ ନିୟନ୍ତ୍ରଣ ରଖିବା ଅତି ଜରୁରୀ ବୋଲି କହିଥିଲେ ଏବଂ ଜୀବନ କୁ ସୁସ୍ଥ ଓ ସୁନ୍ଦର ରଖିବାର ଏକ ମାତ୍ର ପ୍ରକ୍ରିୟା ହିଁ “ଯୋଗ” ବୋଲି ଆଜିର ଅତିଥି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ମତ ରଖିଥିଲେ l ଶେଷରେ “ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ” ଉପରେ ଅତିଥି ମାନେ ଉପସ୍ଥିତ ଯୋଗୀ ମାନଙ୍କୁ ଶପଥ ପାଠ କରାଇଥିଲେ l ମହିଳା ଯୋଗ ସମିତି ସହ ସହର ର ବିଭିନ୍ନ୍ ଯୋଗ ଅନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ ର ଶତାଧିକ କର୍ମ କର୍ତ୍ତା ଯୋଗ ଦେଇଥିଲେ lଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ ଯୋଗ ଦେଇଥିବା ବେଳେ ଯୋଗ ଗୁରୁ ମନୋଜ ପଣ୍ଡା , ଯୋଗ ସମିତିରୁ ସଞ୍ଜୟ ମହାପାତ୍ର ଏବଂ ଯୁଦିଷ୍ଠିର ଖମାରି କାର୍ଯ୍ୟକ୍ରମର ଆୟୋଜନ କରିବାରେ ସାହାଯ୍ୟ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର l ଏହି ଯୋଗ ଶିବିର ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l କାର୍ଯକ୍ରମକୁ ଜିଲ୍ଲା ପ୍ରଶାସନ, ଜିଲ୍ଲା ଯୋଗ ସମିତି ର ସହାୟତାରେ ଆୟୋଜନ କରାଯାଇଥିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *