ମଦର ଅନୁଷ୍ଠାନ ପକ୍ଷରୁ ଆର୍ଥିକ ଜନସଚେତନତା କାର୍ଯ୍ୟକ୍ରମ
ଜଟଣୀ: ଆର୍ଥିକ ସଚେତନତା ଦିଗରେ ଦୀର୍ଘ ଦିନ ହେବ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଆସୁଥିବା ସାମଜିକ ଅନୁଷ୍ଠାନ ମଦର ପକ୍ଷରୁ ଡିପୋଜିଟର ଏଜୁକେସନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।


ଜଟଣୀ ସହର ଅଗ୍ରୱାଲ ଧର୍ମଶାଳା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଜଟଣୀ ମ୍ୟୁନିସିପାଲଟି ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଶ୍ରୀ ରବୀନ୍ଦ୍ର ପ୍ରସାଦ ମିଶ୍ର ଖୋର୍ଦ୍ଧା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ଏ.ଜି.ଏମ୍. ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ବ୍ରଜକିଶୋର ନାୟକ ,ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ଅଧିକାରୀ ପ୍ରମୋଦ କୁମାର ମହାପାତ୍ର , ଷ୍ଟେଟ ବ୍ୟାଙ୍କ ବ୍ୟାଙ୍କର ଅବସରପ୍ରାପ୍ତ ଏଲଡିଏମ ଶ୍ରୀ ଦିଲୀପ ଭୂୟାଁ,କାର୍ଯ୍ଯକ୍ରମରେ ଉପସ୍ଥିତ ରହି, ଆର୍ଥିକ ସଚେତନତା, ବ୍ୟାଙ୍କ ବ୍ୟବସ୍ଥା, ଜମା, ଋଣ, କେୱାଇସି, ସାଇବର ଫ୍ରଡ ଇତ୍ୟାଦି ଉପରେ ଲୋକମାନଙ୍କୁ ବୁଝାଇଥିଲେ ।


ଉପସ୍ଥିତ ଥିବା ମଦର ଅନୁଷ୍ଠାନର ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ଦାସ କହିଥିଲେ କି, ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଲୋକମାନଙ୍କ ଆର୍ଥିକ କ୍ଷେତ୍ରରେ ସଚେତନତା ବୃଦ୍ଧି ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ଯକ୍ରମ ଆୟୋଜନ କରାଯାଇଛି ଏବଂ ଏହାର ସୁଯୋଗ ନେବାକୁ ସେ ଆହ୍ୱାନ କରିଥିଲେ ।

ଜଟଣୀ ସିଏଫ୍ଏଲ୍ କେନ୍ଦ୍ରର ମୂଖ୍ୟ ସଂଯୋଜକ ଦିପ୍ତିରାଣୀ ପାଣିଗ୍ରାହୀ ଓ କାଉନସିଲର ରଶ୍ମିତା ମହାରଣା ମିନତି ପ୍ରଧାନ, ଶ୍ରଦ୍ଧାଞ୍ଜଳୀ ଦୀକ୍ଷିତ ତତ୍ତ୍ୱାବଧାନରେ ପରିଚାଳିତ କାର୍ଯ୍ଯକ୍ରମ ରେ ,ସ୍ଥାନୀୟ ସହରର ଅବସରପ୍ରାପ୍ତ ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ,ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିବା ବେଳେ ଜିଲ୍ଲାରେ ଥିବା ଚାରି ଗୋଟି ସିଏଫଏଲ୍ କେନ୍ଦ୍ରର କାଉନସେଲର ଓ କୋଡିନେଟର ମାନେ କାର୍ଯ୍ଯକ୍ରମ ରେ ଯୋଗଦେବା ସହିତ ପରିଚାଳନା କରିଥିଲେ । ଜୋନାଲ କୋର୍ଡିନେଟର ପ୍ରଶାନ୍ତ ରାଉତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।
