ସ୍ନାନ ପୂର୍ଣିମାରେ ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ବାଲୁକା ମୂର୍ତି
।
ପବିତ୍ର ସ୍ନାନ ପୂର୍ଣିମା ଓ ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଆବିର୍ଭାବ ଦିବସ ଉପଲକ୍ଷେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଭବ୍ୟ ବାଲୁକା କଳାକୃତି ନିର୍ମାଣ କରିଛନ୍ତି।
ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିକ୍ରିୟାରେ କହିଛନ୍ତି,।ସ୍ନାନ ପୂର୍ଣିମା ଅତ୍ୟନ୍ତ ଆଧ୍ୟାତ୍ମିକ ମହତ୍ୱପୂର୍ଣ୍ଣ ପର୍ବ। ଏହି ବାଲୁକା କଳା ମାଧ୍ୟମରେ ମୁଁ ମହାପ୍ରଭୁ ଜଗନ୍ନାଥଙ୍କୁ ବିନମ୍ର ପ୍ରାର୍ଥନା ଜଣାଇ ସମସ୍ତଙ୍କ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନ କରୁଛି।
ଆଜି ପବିତ୍ର ସ୍ନାନ ପୂର୍ଣିମା। ମହାପ୍ରଭୁ ଜଗନ୍ନାଥଙ୍କ ଆବିର୍ଭାବ ଦିବସ। ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ 8 ଫୁଟ ଉଚ୍ଚ ବାଲୁକା କଳାକୃତି ନିର୍ମାଣ କରିଛନ୍ତି।ଏହି କଳାକୃତିରେ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ କଳସ ପବିତ୍ର ଜଳରେ ସ୍ନାନ କରାଯାଉଥିବା ଦୃଶ୍ୟ ଚିତ୍ରିତ। ‘ଜୟ ଜଗନ୍ନାଥ’ ଓ ‘ସ୍ନାନ ପୂର୍ଣିମା’ ବାର୍ତ୍ତା ସହ ଶାନ୍ତି ଓ ଭକ୍ତିର ସନ୍ଦେଶ ଦିଆଯାଇଛି।ସ୍ନାନ ପୂର୍ଣିମା ଆଧ୍ୟାତ୍ମିକ ପର୍ବ। ମହାପ୍ରଭୁଙ୍କୁ ପ୍ରାର୍ଥନା, ସମସ୍ତଙ୍କ ମଙ୍ଗଳ ହେଉ ବୋଲି ସୁଦର୍ଶନ କାମନା କରିଛନ୍ତି।
