July 1, 2026
Home » ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ

ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ

0
1001151697
ନୟାଗଡ଼ : ସଙ୍ଗୀତଧାରା ନୟାଗଡ଼ ଏବଂ ନବକଳେବର ରଥ ଚକ ସ୍ଥାପନ କମିଟିର ମିଳିତ ଆନୁକୂଲ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ପ୍ରାଣକୃଷ୍ଣ ମହାରଣା,କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବ କିଶୋର ମିଶ୍ର ଡ.ଆଶୁତୋଷ ମିଶ୍ର, ମାଧବ ଡାକୁଆ,ବିଷ୍ନୁପ୍ରିୟା ବେହେରା, ଓମ ପ୍ରକାଶ ମହାରଣା,ଶୁଚିସ୍ମିତା ଦୋରା ପ୍ରମୁଖ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଦେବୋତ୍ତର ପରିଚାଳକ ତାପସ ରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ରଥଚକ ସ୍ଥାପନା କମିଟି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ଦାଶ ପ୍ରମୁଖ ପରିଚାଳନା କରିଥିଲେ। ଗୋପୀନାଥ ସେଠି, ଅଶୋକ ମଲ୍ଲ ଭଜନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଲକ୍ଷ୍ମୀଧର ସାହୁ,ପ୍ରଶାନ୍ତ କୁମାର ପଟ୍ଟନାୟକ, ଲକ୍ଷ୍ମୀଧର ମହାପାତ୍ର ସୁଦର୍ଶନ ସାହୁ ପ୍ରମୁଖ ସହଯୋଗ କରିଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *