July 25, 2026
Home » ଭାରତୀୟ ମଜଦୂର ସଂଘର 72ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ଠାରେ ପାଳିତ

ଭାରତୀୟ ମଜଦୂର ସଂଘର 72ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ଠାରେ ପାଳିତ

0
WhatsApp Image 2026-07-24 at 4.30.23 PM

 

ଭାରତୀୟ ମଜଦୂର ସଂଘ କନ୍ଧମାଳ ଶାଖାର 72ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ହାଟପଦାସ୍ଥିତ ମାଆ ନାରାୟଣୀଙ୍କ ସମ୍ମିଳନୀ କକ୍ଷରେ ସଭାପତି ଅଶୋକ ପରିଡାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି।ବିଏମ ଏସ କନ୍ଧମାଳ ଶାଖାର ସଂଗଠନ ସମ୍ପାଦକ କାହ୍ନୁଚରଣ ବେହେରା ଅତିଥି ସ୍ଵାଗତ ଓ ପରିଚୟ ପ୍ରଦାନ କରିଥିଲେ। ମଜଦୁର ମାନଙ୍କ ଉନ୍ନତି କଳ୍ପେ ଦତୋପନ୍ତ ଠେଙ୍ଗଡୀ 23ଜୁଲାଇ 1955ମସିହାରେ ଦିତୀୟ ସରସଂଘ ଚାଳକ ସଦାଶିବ ରାଓ ମାଧବ ଗୋଲୱାଲକରଙ୍କ ମାର୍ଗ ଦର୍ଶନରେ ଭାରତୀୟ ମଜଦୂର ସଂଘ ପ୍ରତିଷ୍ଠା କରିଥିଲେ।ବର୍ତ୍ତମାନ ଏହା କେବଳ ଭାରତ ବର୍ଷରେ ନୁହେଁ, ବିଶ୍ବରେ ସବୁଠାରୁ ବଡ ଶ୍ରମ ସଂଗଠନର ମାନ୍ୟତା ହାସଲ କରିଛି। ଅନ୍ୟ ଶ୍ରମିକ ସଂଗଠନ ଠାରୁ ଶ୍ରମିକ ହିତରେ ଏହାର ପରିଚାଳନା ସ୍ଵତନ୍ତ୍ର। ଦେଶ ହିତକୁ ପ୍ରାଧାନ୍ୟ ଦେଇ ଉଦ୍ୟୋଗ ହିତକୁ ଦୣଷ୍ଟିରେ ରଖି କେବଳ ଭାରତ ନୁହେଁ ବିଭିନ୍ନ ରାଷ୍ଟ୍ରରେ ଠେଙ୍ଗଡୀଜୀଙ୍କ ବିଚାରଧାରାକୁ ନେଇ ଶ୍ରମିକ ଶୋଷଣକୁ ବିରୋଦ୍ଧ କରି ଶ୍ରମିକ ହିତ ପାଇଁ କାର୍ଯ୍ୟ କରି ଆସୁଛି।ଫୁଲବାଣୀ ଠାରେ ଆୟୋଜିତ ପ୍ରତିଷ୍ଠା ଦିବସରେ ଜିଲ୍ଲା ଶ୍ରମ ଆୟୁକ୍ତ ତେଜ କୁମର ବାଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମ ବିଭାଗର ସଂସ୍କାର ଓ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା, ଦାଦନ ଯିବା, ଶିଶୁ ଶ୍ରମିକ ବିଷୟରେ ସୂଚନା ଦେଇଥିଲେ। ଜିଲା ସଂଘ ଚାଳକ ରମେଶ ଚନ୍ଦ୍ର ସାହୁ ସଂଘର ସାମାଜିକ ସମରସତା ସମ୍ପର୍କରେ ସୂଚନା ଦେଇଥିଲେ। ହରଭଙ୍ଗା କଲେଜର ପ୍ରାକ୍ତାନ ଅଧ୍ୟକ୍ଷ ତଥା ବିଶ୍ବହିନ୍ଦୁ ପରିଷଦର ପୂର୍ବପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ପ୍ରିୟନାଥ ଶର୍ମା ଠେଙ୍ଗଡୀଜୀଙ୍କ ଜୀବନୀକୁ ନେଇ ମଜଦୂର ସଂଘର ଗଠନ ଓ ସଞ୍ଚାଳନ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ଆଇନଜୀବି ସଂଘର ସଭାପତି ଭଗବାନ ମହାନ୍ତି ଠେଙ୍ଗଡୀଜୀ କିପରି ଦେଶ ବିଦେଶରେ ଶ୍ରମିକ ମାନଙ୍କ ହିତ ପାଇଁ କାର୍ଯ୍ୟ କରିଥିଲେ ସୁଚନା ଦେଇଥିଲେ। ଜିଲ୍ଲା ଆଶାକର୍ମୀ ସଂଘର ସଭାପତି ଅମ୍ବିକା ବେହେରା ଆଶା କର୍ମୀଙ୍କ ସମସ୍ୟା ଓ ସମାଧାନ ସମ୍ପର୍କରେ ଦୣଷ୍ଟି ଆକର୍ଷଣ କରିଥିଲେ। ସଂଗଠିତ ଓ ଅସଂଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଠିକା ମଜଦୁର, କୣଷି, ଆଉଟ ସୋରସିଂ, ଶିଳ୍ପ ଶ୍ରମିକ, ପ୍ରକଳ୍ପ ଶ୍ରମିକ ମାନଙ୍କୁ ନିୟମିତ କର୍ମଚାରୀଙ୍କ ଭଳି ଉପଯୁକ୍ତ ସମାନ ପାରିଶ୍ରମିକ ପ୍ରଦାନ କରିବାକୁ ପଦକ୍ଷେପ ନେବାକୁ ବିଏମଏସ ସର୍ବଦା ସରକାରଙ୍କ ସହ ଆଲୋଚନାରତ ଥିବା ସଭାପତି ଶ୍ରୀ ପରିଡା ସୂଚନା ଦେଇଥିଲେ। ସମାଜରେ ସମାଜିକ ଓ ଅର୍ଥନୈତିକ ସମାନତା ଆଣିବାକୁ ସମାନ କାମକୁ ଅତି ସ୍ଵଳ୍ପ ପାରିଶ୍ରମିକ ପ୍ରଦାନ ଉପରେ ସରକାର ସମୀକ୍ଷା କରି ପଦକ୍ଷେପ ନେବା ଆବଶ୍ୟକ ବୋଲି ଜିଲ୍ଲା ସଭାପତି ଅଶୋକ ପରିଡା ତାଙ୍କ ବକ୍ତବ୍ୟରେ ସୂଚନା ଦେଇଥିଲେ।ବି ଏମ ଏସର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିବା ବରିଷ୍ଠ ନାଗରିକ ସଂଘ ସଦସ୍ୟ, ଶୁଭେଛୁ ଓ ବିଭିନ୍ନ ଶ୍ରମିକ ସଂଘର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସଂଗଠନ ସମ୍ପାଦକ କାହ୍ନୁ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed