ଜାଭିୟର୍ସ ଛାତ୍ରଛାତ୍ରୀଙ୍କ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳନ
ବ୍ରହ୍ମପୁର : ମିନାକ୍ଷୀ ନଗର ସ୍ଥିତ ସେଣ୍ଟ୍ ଜାଭି ୟର୍ସ ହାଇସ୍କୁଲର ସ୍କାଉଟ , ଗାଇଡ , ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନଙ୍କ ତରଫରୁ କାର୍ଗିଲ ବିଜୟ ଦିଵସ ପାଳନ କରାଯାଇଥିଲା ।ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାଗ କାର୍ଡ ଧରି କାର୍ଗିଲ ବିଜୟ ଦିବସ ନେଇ ସଚେତନତା ରେଲୀ ଅୟୋଜନ କରିଥିଲେ ।୧୯୯୯ ମସିହାରେ ଏପରି କାର୍ଗିଲ ଲଢେଇ ହୋଇଥିବା ବେଳେ ବ୍ରହ୍ମପୁର ସମେତ ଓଡ଼ିଶା ଓ ଭାରତ ର ବହୁ ବୀର ଯବାନ ଶହୀଦ୍ ହୋଇଥିଲେ ।

ଏହି ଅବସରରେ ଶହୀଦ୍ ଯବାନ ମାନଙ୍କ ଜୟଗାନ କରାଯାଇଥିଲା । ସହିଦ ମାନଙ୍କ ସ୍ମୁତି ଚାରଣ କରି ସେମାନଙ୍କ ଦେଶ ପ୍ରେମ ର ବାର୍ତ୍ତା ନେଇ ଆଲୋଚନା କରାଯାଇଥିଲା । ଗାଇଡ୍ ଶିକ୍ଷୟିତ୍ରୀ ରଶ୍ମିତା ଦଳେଇ ,ଶିକ୍ଷକ ଅଭିଳାଶ ଶିକା ପ୍ରମୁଖ ଏହାର ନେତୃତ୍ଵ ନେଇଥିଲେ। ଛାତ୍ରଛାତ୍ରୀଙ୍କ ଏପରି ବିଜୟ ଦିଵସ ପାଳନ ନେଇ ସ୍କୁଲର ନିର୍ଦ୍ଦେଶକ କୁନାଲ୍ କୌଶିକ ପଣ୍ଡା, ରାହୁଲ୍ ରାଜ ପଣ୍ଡା , ଅଧକ୍ଷ କାହୁଁ ଚରଣ ପଣ୍ଡା ,ଉପାଧ୍ୟକ୍ଷ ପ୍ରକାଶ ପଲାଇ, ଅନୁପମା ପ୍ରଧାନ ସଭିଙ୍କୁ ସାଧୁବାଦ୍ ଜଣାଇଥିଲେ।ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏଥିରେ ସହ ଯୋଗ କରିଥିଲେ ।
