July 27, 2026
Home » ଏଜି ଆମ୍ବୁଲାନ୍ସ ରଥଯାତ୍ରା ସେବା ଶିବିର ଉଦଯାପିତ

ଏଜି ଆମ୍ବୁଲାନ୍ସ ରଥଯାତ୍ରା ସେବା ଶିବିର ଉଦଯାପିତ

0
WhatsApp Image 2026-07-27 at 5.06.40 PM

ଭୁବନେଶ୍ୱର : ପଵିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଅବସରରେ ସ୍ଥାନୀୟ ମହାଲେଖାକାର ଏଜି ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଜୁଲାଇ 15 ତାରିଖରୁ ଆୟୋଜିତ ରଥଯାତ୍ରା ସେବା ଶିବିର ଆଜି ପୁରୀଠାରେ ଉଦଯାପିତ ହୋଇଯାଇଅଛି l ପ୍ରଧାନ ମହାଲେଖାକାର ଡି. ସାହୁଙ୍କ ପ୍ରୋତ୍ସାହନ ଓ ଏଜି ଡିଭିଜନର ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ ଓ ନୀଳାଦ୍ରିବିଜେ ଦିନମାନଙ୍କରେ ଅସୁସ୍ଥ ଓ ଦୁର୍ଘଟଣାରେ ଆହତ ଶ୍ରଦ୍ଧାଳୁମାନଙ୍କର ତତ୍କାଳ ଉଦ୍ଧାର, ସ୍ଥାନାନ୍ତର ଓ ପ୍ରାଥମିକ ଚିକିତ୍ସା ପ୍ରଦାନ ନିମନ୍ତେ ତାଲିମପ୍ରାପ୍ତ ସ୍ବେଛାସେବୀ, ଷ୍ଟ୍ରେଚେର ବାହକ ଓ ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା l

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପୁରୀଙ୍କ ଅନୁରୋଧ କ୍ରମେ ତଳବଣିଆ ବସ ଷ୍ଟାଣ୍ଡ ,ସମାଙ୍ଗ, ସମୁଦ୍ରକୂଳ ଓ ବଡଦାଣ୍ଡରେ ତତ୍କାଳ ପ୍ରାଥମିକ ଚିକିତ୍ସା ପ୍ରଦାନ ପାଇଁ ଜରୁରୀ କାଳୀନ ଔଷଧ ସହ ସ୍ବେଛାସେବୀ, ଷ୍ଟ୍ରଚେର ଓ ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା l ରଥଯାତ୍ରା ଓ ବାହୁଡ଼ାଯାତ୍ରା ସମୟରେ ଭିଡରେ ସ୍ୱାଶରୁଦ୍ଧ ହୋଇଥିବା ଆହତ ଶ୍ରଦ୍ଧାଳୁମାନଙ୍କୁ ତତ୍କାଳ ଉଦ୍ଧାରକରି ସୁରକ୍ଷିତ ଭାବେ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ l ସୁନାବେଶ ରାତିରେ ରାଜ୍ୟ ଅଗ୍ନିଶମ ବିଭାଗ ଦ୍ୱାରା ଭିଡ ମଧ୍ୟରୁ ଜଣେ ଅଚେତ ଓ ଶ୍ୱାସରୁଦ୍ଧ ମହିଳାଙ୍କୁ ଆମ୍ବୁଲାନ୍ସ ଅଧିକାରୀ ଅଭିଳାଷ ବଳ ସିପିଆର ଦେଇ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ପହଞ୍ଚାଇବା ଯୋଗୁଁ ତାଙ୍କର ଜୀବନ ବଞ୍ଚି ଯାଇଥିଲା l ଏଜି ଆମ୍ବୁଲାନ୍ସ ଡିଭିଜନ ଦୀର୍ଘ 40ବର୍ଷ ଧରି ରଥଯାତ୍ରାରେ ଏହି ସେବା ପ୍ରଦାନ କରି ଆସୁଅଛି l

ଏହି ନବଦିନାତ୍ମକ ରଥଯାତ୍ରାରେ ଶତାଧିକ ଅସୁସ୍ଥ ଓ ଆହତ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ପ୍ରାଥମିକ ଚିକିତ୍ସା ସେବା ପ୍ରଦାନ କରାଯାଇଥିଲା l ଏହି ଶିବିରକୁ ଏଜି ଆମ୍ବୁଲାନ୍ସ ଡିଭିଜନର ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳ, ଡ଼ ଆଶିଷ କୁମାର ମୁଦୁଲି, ଡ଼ ସତ୍ୟଜିତ ସାହୁ,ଟିମ ଲିଡର ଅଶୋକ ପଟ୍ଟନାୟକ,ଇଂ ଅଭିଳାଷ ବଳ, ସଞ୍ଜୟ ଯାଦବ,ସୁରେଶ ଚନ୍ଦ୍ର ମହାନ୍ତି, ପ୍ରଦୀପ କୁମାର କର, ଶିବନାଥ ମହାପାତ୍ର, ପ୍ରକାଶ ଚନ୍ଦ୍ର ଗୌଡ଼ ଓ ଖୋର୍ଦ୍ଧା ଜିଲ୍ଲା ସେଣ୍ଟ ଜନ ଆମ୍ବୁଲାନ୍ସ ଡିଭିଜନର ଅଧିକାରୀ ଭିକାରି ଚରଣ ସାହୁ, ସନ୍ତୋଷ ପଞ୍ଚୁଆତି,ନୃସିଂହ ମହାପାତ୍ର ଓ ସ୍ବେଛାସେବୀମାନେ ଶିବିର ପରିଚାଳନା କରିବା ସହିତ ସହଯୋଗ କରିଥିଲେ l

 

 

Leave a Reply

Your email address will not be published. Required fields are marked *