February 24, 2026
Home » ଡ୍ରୋନ୍ ମାଧ୍ୟମରେ ଧାନ ରେ କୀଟନାଶକ ପ୍ରୟୋଗ,

ଡ୍ରୋନ୍ ମାଧ୍ୟମରେ ଧାନ ରେ କୀଟନାଶକ ପ୍ରୟୋଗ,

0
WhatsApp Image 2024-10-18 at 4.47.59 PM

ଡ୍ରୋନ୍ ସହାୟତାରେ ଧାନ ଫସଲରେ ସାର ଓ କୀଟନାଶକ ପ୍ରୟୋଗ ସମ୍ପର୍କିତ ଏକ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଖଇରଙ୍ଗ ପଞ୍ଚାୟତର ପୁରୁଣାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଜଗତସଂହପୁର ଓ ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଓୟୁଏଟିର ମିଳିତ ସହ‌ଯୋଗରେ ଜିଲ୍ଲା ବିଭିନ୍ନ ବ୍ଲକରେ ଡ୍ରୋନରେ ନାନୋ ୟୁରିଆ ଓ କୀଟନାଶକ ପ୍ରୟୋଗ କରାଯାଉଛି । କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ ଜୀବନଜିଟ ସେନ, କୃଷି ଯନ୍ତ୍ରପାତି ବୈଜ୍ଞାନିକ ଦ୍ବାରିକା ମୋହନ ଦାସ, ଉଦ୍ଭିଦ ସୁରକ୍ଷା ବୈଜ୍ଞାନିକ ଦେବାଶିଷ ପଣ୍ଡା ଓ ମୃର୍ତ୍ତିକା ବୈଜ୍ଞାନିକ ପ୍ରଦୀପ୍ତ ମାଝୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଗହୀର ବିଲରେ ଡ୍ରୋନ୍‌ ଜରିଆରେ ସାର ଓ କୀଟନାଶକ ପ୍ରୟୋଗ କରାଯାଉଛି। ଖୁବ୍ କମ୍ ସମୟ ମଧ୍ୟରେ, ସ୍ବଳ୍ପ ପରିଶ୍ରମରେ ବ୍ୟାପକ ଭାବେ ଧାନ ଫସଲରେ ଏହି ସିଂଚନ କାର୍ଯ କରାଯାଇ ପାରୁଥିବାରୁ ଚାଷୀ ଭାଇ ମାନେ ଏଥିପ୍ରତି ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ସ୍କାଏ ଭେନ୍‌ କମ୍ପାନି ନିଜର ଡ୍ରୋନ୍ ଏଥିପାଇଁ ବ୍ୟବହାର କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇ. ସନ୍ତୋଷ କୁମାର ନାୟକ ଉପସ୍ଥିତ ରହି ସରକାରୀ ରିହାତିରେ ଡ୍ରୋନ ଉପଲବ୍ଧ ଅଛି ଓ ଜିଲ୍ଲାର ଚାଷୀ ଭାଇ ମାନେ ଏହାର ସୁବିଧା ପାଇ ପାରିବେ ବୋଲି ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳର ଅଗ୍ରଣୀ ବ୍ୟକ୍ତି ଶ୍ରୀ ସୌମ୍ୟ ଦର୍ଶନ ରାୟ ଯୋଗାଯୋଗ କରିଥିଲେ । ଏହି କର୍ଯ୍ୟକ୍ରମଟି ଜିଲ୍ଲାରେ ସୁଚାରୁ ରୂପେ ଚାଲିଥିବାରୁ ଡ୍ରୋନ ପ୍ରକଳ୍ପର ମୁଖ୍ୟ ପ୍ରାବନ୍ଧକ ଡ଼ ଅମରେଶ ଖୁଣ୍ଟିଆ, ଯୁଗ୍ମ ନିରୀକ୍ଷକ, ଦୂରଶିକ୍ଷା, ଓୟୁଏଟି ଭୁବନେଶ୍ଵର କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରକୁ ଶୁଭେଛା ପ୍ରଦାନ କରିଛନ୍ତି।

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *