July 29, 2026
Home » ରଣପୁର ପୋଲିସ ଦ୍ୱାରା ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ରଣପୁର ପୋଲିସ ଦ୍ୱାରା ବ୍ରାଉନ ସୁଗାର ଜବତ, ଜଣେ ଗିରଫ

0
WhatsApp Image 2026-07-28 at 8.43.58 PM

 

ତାରିଖ ୨୮.୦୭.୨୦୨୬ ଦିନ ପ୍ରାୟ ପୂର୍ବାହ୍ନ ୧୧.୧୦ ଘଟିକାରେ, ରଣପୁର ଥାନାର ଏସ୍‌.ଆଇ. ହାସିନା ପ୍ରଧାନ ସଦଳବଳେ ଚାନ୍ଦେଶ୍ୱର ମନ୍ଦିର ନିକଟରେ ସକାଳ ପେଟ୍ରୋଲିଂ କରୁଥିବା ସମୟରେ ଏକ ମୋଟରସାଇକେଲ (ନଂ OD 25 4285) ଆରୋହୀ ପୋଲିସକୁ ଦେଖି ସନ୍ଦେହଜନକ ଭାବେ ଖସି ପଳାଇବାକୁ ଉଦ୍ୟମ କରୁଥିବା ଦେଖି ତାଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା।ଉକ୍ତ ବ୍ୟକ୍ତିଙ୍କ ପରିଚୟ ସ୍ୱପ୍ନେଶ୍ୱର ବେହେରା @ ମନୋଜ ବେହେରା (୨୨), ପିତା– ଦୁର୍ଯ୍ୟୋଧନ ବେହେରା, ଗ୍ରାମ– କଦମସାହି, ଥାନା– ରଣପୁର, ଜିଲ୍ଲା– ନୟାଗଡ଼ ବୋଲି ଜଣାପଡ଼ିଥିଲା।ଏନ୍‌.ଡି.ପି.ଏସ୍. ଆଇନର ଧାରା–୫୦ ଅନୁଯାୟୀ ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରାଯାଇ ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ଦେହ ତଲାସୀ କରାଯାଇଥିଲା। ତଲାସୀ ବେଳେ ତାଙ୍କ ନିକଟରୁ ୫.୫ ଗ୍ରାମ (ନେଟ୍) ବ୍ରାଉନ ସୁଗାର (ହେରୋଇନ୍) ଜବତ କରାଯାଇଥିଲା।ଏହା ସହିତ ତାଙ୍କ ବ୍ୟବହୃତ ମୋଟରସାଇକେଲ, ଏକ ମୋବାଇଲ ଫୋନ ଏବଂ ₹୧,୧୦,୩୫୦/- ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଘଟଣାସ୍ଥଳରେ ଜବତ ତାଲିକା, ଓଜନ ପତ୍ର, ସିଲ୍ ନମୁନା ସହ ସମସ୍ତ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା।ଅଭିଯୁକ୍ତଙ୍କ ବିରୋଧରେ ଏନ୍‌.ଡି.ପି.ଏସ୍. ଆଇନ, ୧୯୮୫ର ଧାରା ୨୧(ବି) ଅନୁଯାୟୀ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ମାଦକ ଦ୍ରବ୍ୟର ଉତ୍ସ ଏବଂ ଏହା ସହିତ ଜଡିତ ଅନ୍ୟ ବ୍ୟକ୍ତିମାନଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି।ରଣପୁର ପୋଲିସ ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିବା ସହ ସାଧାରଣ ଜନତାଙ୍କୁ ଏପରି ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପ୍ରଦାନ କରି ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରୁଛି।

 

ରଣପୁର ରୁ ବାଳକୃଷ୍ଣ ଷଢଙ୍ଗୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *