ଟ୍ରାନ୍ସଫର୍ମର ପୋଡ଼ି ଯୋଗୁଁ ୬ଦିନ ହେବ ଅନ୍ଧାରରେ ଡୁମାଲପାଲି ଗ୍ରାମର ୫ ପରିବାର
ସୁବର୍ଣ୍ଣପୁର —ସରକାର ନୀରବଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଅନେକ ପ୍ରୟାସ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଲୋକେ ବିଦ୍ୟୁତ୍ ଭଳି ମୌଳିକ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ଗ୍ରାମପଞ୍ଚାୟତ ଡୁମାଲପାଲି ଗ୍ରାମର ବିଦ୍ୟୁତ୍ ଟ୍ରାନ୍ସଫର୍ମର ଆଜକୁ ୬ଦିନ ହେବ ପୋଡ଼ି ଯାଇଛି। ଯାହାଫଳରେ ୫ଟି ପରିବାର ଅନ୍ଧାର ରେ ରହୁଛନ୍ତି l ଏଠାରେ ବସବାସ କରୁଥିବା ଏହି ଗ୍ରାମର ଲୋକେ ସମ୍ପୁର୍ଣ୍ଣ ଅନ୍ଧାର ରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ରାତ୍ରି ସମୟରେ ବିଦ୍ୟୁତ୍ ନଥିବରୁ ସରୀସୃପ ସହ ସନ୍ଧ୍ୟା ରେ ଚୋରି ଡକାୟତ ର ଭୟ ରହିବା ସହ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ାରେ ପ୍ରତିବନ୍ଧକ ସାଜିଛି ବିଦ୍ୟୁତ l ତୁରନ୍ତ ଏହି ଗ୍ରାମ କୁ ନୂତନ ବିଦ୍ୟୁତ୍ ଟ୍ରାନ୍ସଫର୍ମ ଯୋଗାଇ ଦେବା ସହ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
