August 3, 2026
Home »  ବରଗଡ଼ରେ ‘ନଶା ମୁକ୍ତ ଯୁବ ଭାରତ’ ସଂକଳ୍ପ ଅଭିଯାନ ଅନୁଷ୍ଠିତ

 ବରଗଡ଼ରେ ‘ନଶା ମୁକ୍ତ ଯୁବ ଭାରତ’ ସଂକଳ୍ପ ଅଭିଯାନ ଅନୁଷ୍ଠିତ

0
WhatsApp Image 2026-08-03 at 6.50.08 AM

 

ବରଗଡ଼, ଭାରତ ସରକାର ଙ୍କ ଅଧୀନ ରେ କାର୍ଯ୍ୟରତ ମେରା ଯୁବା ଭାରତ , ବରଗଡ଼ ପକ୍ଷରୁ ମିଟ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର, ବରଗଡ଼ ପରିସରରେ ‘ନଶା ମୁକ୍ତ ଯୁବ ଭାରତ’ ସଂକଳ୍ପ ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ଓ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଯୁବପିଢ଼ୀଙ୍କୁ ନଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରି ଏକ ସୁସ୍ଥ, ସଶକ୍ତ ଓ ନଶାମୁକ୍ତ ଭାରତ ଗଠନ ପାଇଁ ପ୍ରେରିତ କରିବା ଓ ମାର୍ଗ ଦର୍ଶନ ପାଈଁ ଲାଇଭ ଟେଲିକାଷ୍ଟ ମାଧ୍ୟମରେ ଛାତ୍ର ଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ l

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉକ୍ତ ଶିକ୍ଷା କେନ୍ଦ୍ର ର ମୂଖ୍ୟ ସରୋଜ ମାଝୀ ଯୋଗଦେଇ ଯୁବସମାଜକୁ ନଶାରୁ ଦୂରେଇ ରହି ସମାଜ ଓ ଦେଶ ଗଠନରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଭାରତ ସରକାର ଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ର ଅଧିକାରୀ ଶ୍ରୀ କମଲ ସା, ଅନୀଲ ସାହୁ ଓ ଭଲେଣ୍ଟିଅର ଛନ୍ଦା ଚରଣ ଭୋଇ ଉପସ୍ଥିତ ରହି ନଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ସଚେତନ ଓ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ କରିଥିଲେ।
ପର୍ଯ୍ୟାୟ କ୍ରମେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ନଶାମୁକ୍ତ ଭାରତ ଗଠନର ସଂକଳ୍ପ ନେଇଥିଲେ। ଶେଷରେ ଉପସ୍ଥିତ ସମସ୍ତେ ସମାଜରୁ ନଶାକୁ ଦୂର କରିବା ପାଇଁ ସଚେତନତା ବାର୍ତ୍ତା ପ୍ରଚାର କରିବାକୁ ଶପଥ ଗ୍ରହଣ କରିଥିଲେ। ପରିଶେଶ ରେ ଉକ୍ତ ଶିକ୍ଷା କେନ୍ଦ୍ର  ର ଛାତ୍ର ଛାତ୍ରୀ ଓ ଶିକ୍ଷକ ରାଷ୍ଟ୍ରୀୟ ଗୀତ ଗାନ କରି କାର୍ଯ୍ୟକ୍ରମ କୁ ସଫଳ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ l

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *