August 6, 2026
Home » କନ୍ଧମାଳ ରେ ୮୦ ତମ ସ୍ବାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କନ୍ଧମାଳ ରେ ୮୦ ତମ ସ୍ବାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0
WhatsApp Image 2026-08-05 at 2.56.42 PM (1)

ଚଳିତ ବର୍ଷ ୮୦ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନକୁ ସୁଚାରୁରୂପେ ଓ ଗରିମାମୟ ଭାବେ ଆୟୋଜନ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସ୍ବାଧିନତା ଦିବସ ପାଳନ ସମ୍ବନ୍ଧିୟ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ଉପରେ ବିସ୍ତୁତ ଆଲୋଚନା କରାଯାଇଥିଲା। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୫ ଅଗଷ୍ଟ ସକାଳ ୯.୦୦ ଘଟିକା ରେ କନ୍ଧମାଳ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ। ମୂଖ୍ୟ ଅତିଥି ଜାତୀୟ ପତକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ। ପ୍ୟାରେଡ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ଦ୍ବାରା ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସ୍ବାଧିନତା ଦିବସ ଅବସରରେ ଭୋର ସମୟରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାମଧୁନ ସହ ପ୍ରଭାତ ଫେରି ଅନୁଷ୍ଠିତ ହେବା ସହ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ।

ସକାଳ ୭.୩୦ ଘଟିକା ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ ରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ସେହିପରି ଉତ୍ସବର ପୂର୍ବଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ଆଲୋକମାଳାରେ ସଜାଇବା ପାଇଁ ଅନୁରୋଧ କରାଯିବ। ପ୍ୟାରେଡ ଅଭିବାଦନ ଗ୍ରହଣ ପରେ ମୂଖ୍ୟ ଅତିଥି ଜିଲ୍ଲା କାରାଗାର ପରିଦର୍ଶନ କରି ଅନ୍ତେବାସୀ ମାନଙ୍କୁ ସାକ୍ଷାତ କରିବେ।ପରେ ଗୋପବନ୍ଧୁ ବାଳାଶ୍ରମ, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ରୋଗୀ ଏବଂ ବୃଦ୍ଧାଶ୍ରମର ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରାଯିବ।ଏଥିସହ ଫୁଲବାଣୀ ରକ୍ତଭଣ୍ଡାର ଠାରେ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିର ରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରାଯିବ। ସନ୍ଧ୍ୟା ରେ ସାଂସ୍କୃତିକ ବିଭାଗ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ ସଂନ୍ଧ୍ୟାରେ ଆୟୋଜନ କରାଯିବ। ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପୃର୍ବବର୍ଷଗୁଡିକ ପରି ମାଦିକୁନ୍ଦା ପୋଲିସ ପଡିଆ ଠାରେ ନୁହେଁ। ବରଂ କନ୍ଧମାଳ ଷ୍ଟାଡିୟମ ଠାରେ ଆୟୋଜିତ ହେବ।ଏହି ପ୍ରସ୍ତୁତି ବୈଠକରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ,ଓ ରକ୍ତ ବନ୍ଧୁ ଜନାର୍ଦ୍ଦନ ଦଳେଇ, ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଉପଜିଲ୍ଲାପାଳ ଫୁଲବାଣୀ ଭିକାରୀ ସାହୁ,ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଫୁଲବାଣୀ ଅତିନିଆଲ ନାଇକା ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବିଭିନ୍ନ ସଂଗଠନର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

 

ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *