November 26, 2026
Home » ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

0
WhatsApp Image 2026-11-26 at 3.56.57 PM

ସୁବର୍ଣ୍ଣପୁର:ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ବୌଦ୍ଧଠାରେ ୭୭ତମ ଜାତୀୟ ସମ୍ବିଧାନ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଜିଲ୍ଲା ପ୍ରଶାସନ, ରାଜନୀତି ବିଜ୍ଞାନ ବିଭାଗ ଏବଂ ମହାବିଦ୍ୟାଳୟର ଏନ୍‌ସିସି ୱିଙ୍ଗ୍‌ର ମିଳିତ ସହଯୋଗରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ ମୁଖ୍ୟ ଅତିଥି ଏବଂ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଯୁଗଳ କିଶୋର ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଭାରେ ପଦାର୍ଥ ବିଜ୍ଞ୍ୟାନ ବିଭାଗର ମୁଖ୍ୟ ଶ୍ରୀ ବାଳଗୋପାଳ ମହାପାତ୍ର ସମ୍ବିଧାନ ରେ ଅଧିକାର ଓ କର୍ତ୍ତବ୍ୟ ଉପରେ ମତ ଉପସ୍ଥାପନା କରିଥିଲେ | ଏନ୍‌ସିସି ଅଧିକାରୀ ଶ୍ରୀ ସଦାନନ୍ଦ ମହାର ଭାରତୀୟ ସମ୍ବିଧାନର ଐତିହାସିକ ବିକାଶ ଓ ଏହାର ଗଠନ ପ୍ରକ୍ରିୟା ସମ୍ପର୍କରେ ନିଜର ମତାମତ ରଖିଥିଲେ। ଅଧ୍ୟାପିକା ମିସ୍ ଦୀପ୍ତିମୟୀ ମଲ୍ଲିକ ଭାରତୀୟ ସମ୍ବିଧାନର ଗୁରୁତ୍ୱ ଓ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଛାତ୍ରୀ ଲିପ୍ସାରାଣୀ ମିଶ୍ର ଏବଂ ଛାତ୍ର ସଂଗ୍ରାମ ବେହେରା ଭାରତୀୟ ସମ୍ବିଧାନର ମୌଳିକ ଆଦର୍ଶ, ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ତଥା ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ଏହି ସଭାରେ ମହାବିଦ୍ୟାଳୟର ବହୁ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସଭାକାର୍ଯ୍ୟକୁ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ. ମୁକ୍ତି ସାହୁ ସଂଯୋଜନା କରିଥିବା ବେଳେ ଛାତ୍ର ସଂଗ୍ରାମ ବେହେରାଙ୍କ ଧନ୍ୟବାଦ ଅର୍ପଣ ସହ ସଭାର ପରିସମାପ୍ତି ଘଟିଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ବିଧାନ ପ୍ରତି ସମ୍ମାନ, ଗଣତାନ୍ତ୍ରିକ ଚେତନା, ନାଗରିକ ଦାୟିତ୍ୱବୋଧ ଏବଂ ଦେଶର ଏକତା ଓ ଅଖଣ୍ଡତା ପ୍ରତି ସଚେତନତା ସୃଷ୍ଟି କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *