ନିଶାମୁକ୍ତ ସମାଜ ଉପଲକ୍ଷେ ପଦଯାତ୍ରା
ଭୁବନେଶ୍ୱର – ନିଶାମୁକ୍ତ ଭାରତ ଅଭିଯାନ ଅବସରରେ ପୋଖରୀପୁଟ ମଧୁସୂଦନ ପାର୍କ ପ୍ରାତଃ ଭ୍ରମଣକାରୀ ସଙ୍ଘ ଓ ସ୍ଥାନୀୟ ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସଂଘର ସଭାପତି ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଏକ ନିଶାମୁକ୍ତ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଦାମୋଦର ସାମନ୍ତରାୟ ନିଶା ସେବନର ଅପକାରିତା ତଥା ଯୋଗ ଓ ବ୍ୟାୟାମର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ l

ଏହି ଅବସରରେ ଶ୍ରୀ ଦାମୋଦର ସାମନ୍ତରାୟ ଓ ଡ଼ଃ ପ୍ରବୀର କୁମାର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା lପ୍ରାରମ୍ଭରେ ସମ୍ପାଦକ ଲଷ୍ମୀ ନାରାୟଣ ପାଢ଼ୀ ପ୍ରାରମ୍ଭିକ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ହର୍ଷବର୍ଦ୍ଧନ ଉଦ୍ଗାତା, ତରଣୀ ସେନ ନାୟକ, ନିରଞ୍ଜନ ସେନାପତି, ଭାସ୍କର ଚନ୍ଦ୍ର ସେଠୀ, ବାଇଧର ପାତ୍ର, ପ୍ରଭାକର ସାହୁ, ଦଶରଥ ନନ୍ଦ, ଯଶୋବନ୍ତ କର, ଶିଶିର ଦାସ, ଲମ୍ବୋଦର ପଣ୍ଡା, କୃଷ୍ଣ ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ! ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ l ଶେଷରେ ପଠାଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
