August 25, 2026
Home » ଆରବୀ ଓ ଫରାସୀ ଭାଷାରେ ଅନୁବାଦ ହେଲା ଡ଼. ଭବାନୀ ନିଆଲ ଙ୍କ କବିତା।

ଆରବୀ ଓ ଫରାସୀ ଭାଷାରେ ଅନୁବାଦ ହେଲା ଡ଼. ଭବାନୀ ନିଆଲ ଙ୍କ କବିତା।

0
WhatsApp Image 2026-08-25 at 4.43.32 PM (1)

 

ଭବାନୀପାଟଣା :ଆନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା କବି ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା ପୁନର୍ବାର ଆରବୀ ଓ ଫରାସୀ ଭାଷାରେ ଅନୁବାଦ ହୋଇଛି।ଡ଼. ନିଆଲଙ୍କ ‘ମୃତ୍ୟୁର ଏକ ମିନିଟ ପୂର୍ବରୁ’ କବିତାକୁ ଟ୍ୟୁନିସିଆର କବି ଇମେନ୍ ଦାଉଦ୍ ଉଭୟ ଆରବୀ ଓ ଫରାସୀ ଭାଷାରେ ଅନୁବାଦ କରିଛନ୍ତି। କବି ଇମେନ୍ ଦାଉଦ୍ ଜାତୀୟ ଏବଂ ଆନ୍ତର୍ଜାତୀୟ ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଏକାଧିକ ଡିଗ୍ରୀ ଏବଂ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ସେ ଫରାସୀ ଭାଷା ଏବଂ ସାହିତ୍ୟର ସିନିୟର ପ୍ରଫେସର ଏମେରିଟସ୍ ଓ ଅନୁବାଦିକା ତଥା ୟୁରୋପର ଲେଖକ ଏବଂ ସାମ୍ବାଦିକ ସଂଘର ସଦସ୍ୟା ଅଟନ୍ତି।ପ୍ୟାରିସରେ ଆୟୋଜିତ ଆନ୍ତର୍ଜାତୀୟ ଆରବ ପୁସ୍ତକ ମେଳା ଏବଂ ଆଲଜିୟର୍ସ ଆନ୍ତର୍ଜାତୀୟ ପୁସ୍ତକ ମେଳାରେ ଇମେନ୍ ଦାଉଦଙ୍କୁ ସମ୍ମାନିତ କରାଯାଇଛି।ଟ୍ୟୁନିସିଆର ଲେଖକ ସଂଘ, ସାଂସ୍କୃତିକ ବ୍ୟାପାର ଆଞ୍ଚଳିକ ପ୍ରତିନିଧି ଦଳ, ଶିକ୍ଷା ଆଞ୍ଚଳିକ ପ୍ରତିନିଧି ଦଳ ଦ୍ୱାରା ସମ୍ମାନିତ ହୋଇଛନ୍ତି। ସୂଚନାଯୋଗ୍ୟ, କ୍ରମାଗତ ଭାବେ ତାଙ୍କର କବିତା ସବୁ ପୃଥିବୀର ୨୪ରୁ ଉର୍ଦ୍ଧ୍ବ ଭାଷାରେ ଅନୂଦିତ ହୋଇସରିଛି। ଓଡ଼ିଆ ଓ ହିନ୍ଦୀ ସାହିତ୍ୟର ଚଳଚଞ୍ଚଳ କବି ଶ୍ରୀ ନିଆଲଙ୍କ ପୂର୍ବରୁ ୩ଟି ଓଡ଼ିଆ କବିତା ସଂକଳନ ସମେତ ହିନ୍ଦୀ ସଂକଳନ ରହିଛି। ସମ୍ପ୍ରତି ଲବ୍ଧପ୍ରତିଷ୍ଠ ସାହିତ୍ୟ ପତ୍ରିକା ‘ମହୁରି’ର ମୁଖ୍ୟ ସମ୍ପାଦକ ସହ ବିଭିନ୍ନ ଅନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନୀତ ହେବା ସଙ୍ଗେ ସଙ୍ଗେ ଅନେକ ସଂଗଠନର ଅଧ୍ୟକ୍ଷ ଓ ସଦସ୍ୟ ଭାବେ କାର୍ଯ୍ୟରତ। ପୁନର୍ବାର ଆରବୀ ଓ ଫରାସୀ ଭାଷାରେ ଅନୁବାଦ ହେବା ପରେ କବିଙ୍କ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *