September 13, 2026
Home » ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ।

ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ।

0
WhatsApp Image 2026-09-12 at 11.15.22 AM

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ କୁମୁଦ ରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୁର୍ଘଟଣା ପ୍ରପୀଡ଼ିତ ବ୍ୟକ୍ତିଙ୍କ ପାଇଁ ପ୍ରାଥମିକ ଚିକିତ୍ସକ ଭଗବାନ ସଦୃଶ ଅଟନ୍ତି ବୋଲି ମତ ପ୍ରଦାନ କରିଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀ, ସମ୍ପଦ ଖମାରୀ, ଚରଦା ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ହିଟଲର ସାହୁ, ନନ୍ଦିଘୋଷ ବାରିକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ଥିଲେ। ସଂସ୍କୃତ ଶିକ୍ଷକ ତଥା ଜେ ଆର ସି ପରାମର୍ଶ ଦାତା ରାଜୁ ମେହେର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ପ୍ରାଥମିକ ଚିକିତ୍ସା ବିଷୟରେ ତାଲିମ ପ୍ରଦାନ କରିଥିଲେ ଓ ଖେଳ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷକ କିରଣ କୁମାର ପୁଟେଲ ,ଶିକ୍ଷୟିତ୍ରୀ ଲିପି ପ୍ରଧାନ, କର୍ମଚାରୀ ସଂଜୀବ କୁମାର ପୂଜାରୀ, ବିଭୀଷଣ ଖମାରୀ, ମିନିକେତନ ଦାସ , ସୁରଜ୍ ଖମାରୀ, ସମୀର କଠାର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *