September 13, 2026
Home » ବରୁଆ ତତ୍ତ୍ବରେ ଯୋଗତତ୍ତ୍ବର ଆବିଷ୍କାର ନିମନ୍ତେ ସମ୍ବର୍ଦ୍ଧିତ ହେଲେ ଗୋରେଖନାଥ ସାହୁ

ବରୁଆ ତତ୍ତ୍ବରେ ଯୋଗତତ୍ତ୍ବର ଆବିଷ୍କାର ନିମନ୍ତେ ସମ୍ବର୍ଦ୍ଧିତ ହେଲେ ଗୋରେଖନାଥ ସାହୁ

0
WhatsApp Image 2026-09-13 at 2.47.46 PM

ସୁବର୍ଣ୍ଣପୁର:ପଶ୍ଚିମ ଓଡିଶାର ଶତାଧିକ ଗ୍ରାମୀଣ ଯାନିଯାତ୍ରାରେ ଥିବା ବରୁଆ ତତ୍ତ୍ବରେ ନିଗୂଢ ଯୋଗ ତତ୍ତ୍ବର ଆବିଷ୍କାର ନିମନ୍ତେ ଭାରତୀୟ କୃଷକ ସମାଜ,ଓଡିଶା ଶାଖା ତରଫରୁ ବରିଷ୍ଠ ସାମ୍ବାଦିକ, ଲେଖକ ତଥା ଗବେଷକ ଗୋରେଖନାଥ ସାହୁଙ୍କୁ ମାନପତ୍ର ତଥା ଉତ୍ତରୀୟ ସହ ସମ୍ବର୍ଦ୍ଧିତ କରାଯାଇଛି I ଗତ 10.09.2026 ତାରିଖ ପୂର୍ବାହ୍ନ ଘ. 11.30 ମି. ରେ ସମ୍ବଲପୁର ତପସ୍ପିନୀ ଅଡିଟୋରିୟମରେ ଅନୁଷ୍ଠିତ ଏକ ବିଶେଷ ସଭାରେ ଏହି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା ଯହିଁରେ ଭାରତୀୟ କୃଷକ ସମାଜ, ଓଡିଶା ଶାଖାର ମହିଳା ଶାଖାର ସଭାନେତ୍ରୀ ତଥା ସ୍ଥାପନା ଚେରିଟେବଲ ଟ୍ରଷ୍ଟର ସଂସ୍ଥାପିକା ନିବେଦିତା ନାୟକ ଅଧ୍ୟକ୍ଷତା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ବଲପୁରର ମାନ୍ୟବର ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ ଯେ କୋରାପୁଟରୁ ମୟୁରଭଂଜ ପର୍ଯ୍ୟନ୍ତ ଲୋକେ ପଶ୍ଚିମ ଓଡିଶାର ସମ୍ବଲପୁରୀ ଭାଷା ବ୍ୟବହାର କରନ୍ତି I

ଏପରିକି ପଡୋଶୀ ରାଜ୍ୟର ଝାରଖଣ୍ଡ , ଛତିଶଗଡର ଗୋଟିଏ ବଡ ଭାଗ ମଧ୍ୟ ଏହି ଭାଷା ବ୍ୟବହାର କରନ୍ତି I ତେଣୁ ଏହି ଭାଷାକୁ ସାମ୍ବିଧାନିକ ମାନ୍ୟତା ମିଳିବା ଦରକାର I ପୂର୍ବତନ ବିଧାୟକ ନାଉରୀ ନାଏକ, ସମ୍ବଲପୁର ଭାଜପା ସଭାପତି ରାମଚନ୍ଦ୍ର ମେହେର , ସୁରେଶ୍ବର ଶତପଥି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ I ପ୍ରକାଶ ଥାଉକି ଲେଖକ ଗୋରେଖନାଥ ସାହୁଙ୍କ ଯୋଗତତ୍ତ୍ବର ଆବିଷ୍କାରକୁ କେନ୍ଦ୍ର କରି ସିନେମା ‘ଜଙ୍ଗଲ ଜଲୁଛେ’ ନିର୍ମାଣ ହୋଇଛି ଏବଂ ଯାହାର ପ୍ରଯୋଜନା, ନିର୍ଦ୍ଦେଶନା ତଥା ଅଭିନୟ ଓ କାହାଣୀ ଦୃଷ୍ଟିରୁ ଖୁବ୍ ଜନପ୍ରିୟ ହୋଇ ପାରିଛି I ଉପରୋକ୍ତ କାର୍ଯ୍ୟକ୍ରମରେ ‘ଜଙ୍ଗଲ ଜଲୁଛେ’ ସିନେମାର ଟ୍ରେଲର ମଧ୍ୟ ପ୍ରଦର୍ଶିତ ହୋଇଥିଲା I ସଭାଟିକୁ ସିନେମାର ନିର୍ଦ୍ଦେଶକ ସରୋଜ କୁମାର ଭୂୟାଁ ସଂଯୋଜନା କରି ଶେଷରେ ଧନ୍ୟବାଦ ଦେଇଥିଲେ I ଏହି ଅବସରରେ ବିଧାୟକ ଜୟନାରାୟଣ ମିଶ୍ର ଏବଂ ନାଟ୍ୟକାର ବ୍ରଜେନ୍ଦ୍ର ନାୟକଙ୍କୁ ମଧ୍ୟ ତାଙ୍କର ଜୀବନବ୍ୟାପି ସାଧନା ସକାଶେ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣାର ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣା, ରିତୁ ତୁଲି, ଇଂ. ରାଜ କିଶୋର ନାୟକ, ଅନୀଲ ତୁଲି ପ୍ରମୁଖ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *