ପାରାଦୀପ ବନ୍ଦର ପକ୍ଷରୁ ସ୍ୱଛତା, ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ
ପାରାଦୀପ: ସ୍ୱଛତା ହିଁ ସେବା-୨୦୨୬ ଅଧିନରେ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବିଭିନ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବନ୍ଦର ଓ ଟାଉନସିପ୍ ଅଂଚଳର ପରିବେଶ ସୁରକ୍ଷା, ପରିବେଶରେ ସ୍ୱଛତା ରକ୍ଷା କରିବା, ଏଥି ପାଇଁ ମିଳିତ ଉଦ୍ୟମ ଆରମ୍ଭ ହୋଇଛି । ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାରାଦୀପ ବନ୍ଦର ସ୍ୱଛତା ହିଁ ସେବା କାର୍ଯ୍ୟ ଜାରୀ ରଖିଛି । ଏହି ଅଭିଯାନରେ ବନ୍ଦର ଅଧିକାରୀ, କର୍ମଚାରୀ, ସିଆଇଏସଏଫ ଏବଂ ବନ୍ଦର ବ୍ୟବହାରକାରୀମାନେ ସାମିଲ ହୋଇଛନ୍ତି । ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଟି.ଭେନୁ ଗୋପାଲ ବନ୍ଦର ଅଦିକାରୀ, ବିଭାଗୀୟ ମୁଖ୍ୟ, ସିଆଇଏସଏଫ କର୍ମଚାରୀମାନଙ୍କୁ ସ୍ୱଛତାର ଶପଥ ପାଠ କରାଇଥିଲେ । ବନ୍ଦର ଉପସଂରକ୍ଷକ କ୍ୟାପଟେନ୍ ଅଲେଖ ଚରଣ ସାହୁ, ସଚୀବ କ୍ରୀଷ୍ଣା ବାି ରାଜୁଙ୍କ ସମେତ ବିଭିନ୍ ବିଭାଗୀୟ ମୁଖ୍ୟ, ଅଧିକାରୀ, ସିଆଇଏସଫ କର୍ମଚାରୀମାନେ ଯୋଗ ଦେଇ ସ୍ୱଛତା ବଜାୟ ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ । ପାରାଦୀପ ବନ୍ଦର ପରିବେଶକୁ ସ୍ୱଛ,ନିର୍ମଳ ଓ ପରିଷ୍କାର ରଖିବା ପାଇଁ ଉତ୍ସବର ମୁଖ୍ୟଅତିଥି ଉପାଧ୍ୟକ୍ଷ ଶ୍ରୀ ଭେନୁ ଗୋପାଳ ଆହ୍ୱାନ ଦେଇଥିଲେ । ଏହି ଅବସରରେ କାନମାସ୍ ପକ୍ଷରୁ ସଚେତନତାମୂଳକ ନାଟକ ପ୍ରଦର୍ଶିତ ହୋଇଥିଲା । ପାରାଦୀପ ବନ୍ଦର ବନ୍ଦର ଅନ୍ତେବାସୀ ତଥା ଆଖପାଖ ଅଂଚଳର ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସ୍ୱଛତା ରଥ ପ୍ରଚଳନ କରି ସଚେତନତା ସୃଷ୍ଟି କରି ଆସୁଛି । ପରିବେଶ ସୁରକ୍ଷା ଓ ସ୍ୱଛତା ବଜାୟ ରଖିବା ପାଇଁ ପାରାଦୀପ ବନ୍ଦରର ଅବଦାନ ଅତୂଳନୀୟ ।
prasanta dash nka report
