October 12, 2026
Home » ଜନାର୍ଦ୍ଦନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଜନାର୍ଦ୍ଦନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

0
WhatsApp Image 2026-09-18 at 12.36.07 PM (1)

 

କେନ୍ଦୁଝରଗଡ଼ ପୌରପାଳିକାର ପାଞ୍ଚ ନମ୍ବର ୱାର୍ଡର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜନାର୍ଦ୍ଦନପୁର ଠାରେ ଭାରତ ସରକାରଙ୍କ ଦ୍ଵାରା ପ୍ରଣୀତ ସ୍ଵଚ୍ଛତା ହିଁ ସେବା ପକ୍ଷ ତଥା ସ୍ଵଚ୍ଛତା ମେଁ ସହଭାଗ ସ୍ଵଚ୍ଛ ଭାରତ ବିକଶିତ ଭାରତର ବିଭିନ୍ନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ନେତୃତ୍ଵ ତଥା ଇକୋ କ୍ଲବ ଶିକ୍ଷୟତ୍ରୀ ସସ୍ମିତା ବାରିକଙ୍କ ସହଯୋଗରେ ଆଜି ବିଦ୍ୟାଳୟରେ ସ୍ଵଚ୍ଛ ପାଠଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମତିଥି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ଚାରାଗଛ ରୋପଣ କରାଯାଇଛି । ଏଥିସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱଚ୍ଛତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମମାନ କରାଯାଇଥିଲା l

ଲୋକମାନଙ୍କୁ ସ୍ଵଚ୍ଛତା ସମ୍ବନ୍ଧରେ ଜ୍ଞାନ ବଣ୍ଟନ ସହିତ ଚାରାଗଛ ରୋପଣ କରି ବିଶ୍ଵକୁ ଧ୍ଵଂସମୁଖରୁ ରଖିବା ପାଇଁ ସମସ୍ତଙ୍କୁ ଆହ୍ଵାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ, ଚିତ୍ରାଙ୍କନ, ସ୍ଲୋଗାନ ଲିଖନ ଆଦି କାର୍ଯ୍ୟକ୍ରମ କରିବା ସହିତ ଚାରା ରୋପଣ ଓ ପରିଷ୍କାର ପରିଚ୍ଛନ୍ନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ରୋହିତ ନାୟକ, ବିଦ୍ୟାଳୟର ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ସାହୁ, ଲିସା ନାଏକ, ନମିତା ନାଏକ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ସଦସ୍ୟା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ବିଦ୍ୟାଳୟ କ୍ୟାବିନେଟର ମୁଖ୍ୟ ମନ୍ତ୍ରୀ ବିଶ୍ୱକଳ୍ପିତା ଜେନା ସହ ସମସ୍ତ ସଦସ୍ୟ, ସଦସ୍ୟା ସହଯୋଗ କରିଥିଲେ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *