September 22, 2026
Home » ମେରା ଭାରତ, ବୌଦ୍ଧ ପକ୍ଷରୁ ନଶା ମୁକ୍ତ ଯୁବ ଫର ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ l

ମେରା ଭାରତ, ବୌଦ୍ଧ ପକ୍ଷରୁ ନଶା ମୁକ୍ତ ଯୁବ ଫର ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ l

0
WhatsApp Image 2026-09-20 at 5.20.59 PM (1)

ଭାରତ ସରକାରଙ୍କର ଯୁବା ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ‘ମେରା ଭାରତ, ବୌଦ୍ଧ’ ପକ୍ଷରୁ ‘ନଶା ମୁକ୍ତ ଯୁବ ଫର ବିକଶିତ ଭାରତ’ ପଦକ୍ଷେପ ଅନ୍ତର୍ଗତ ‘୧୦୦ ସପ୍ତାହ ନଶା ମୁକ୍ତ ଯୁବ ଅଭିଯାନ’ର ଏକ ଅଂଶବିଶେଷ ଭାବରେ ସରକାରୀ ପଲିଟେକ୍ନିକ୍ କଲେଜ, ବୌଦ୍ଧ, ଓଡ଼ିଶାଠାରେ ଏକ ଯୁବ ପ୍ରତିଜ୍ଞା ଏବଂ ସ୍ୱାକ୍ଷର ଅଭିଯାନ – ‘ରାଷ୍ଟ୍ରୀୟ ସଂକଳ୍ପ ସମାରୋହ’ର ଆୟୋଜନ କରାଯାଇଥିଲା।
ମୋଟ ୧୫୪ ଜଣ ଯୁବ ପ୍ରତିଭା ଏବଂ କଲେଜ ଛାତ୍ରଛାତ୍ରୀ ଏକ ନିଶାମୁକ୍ତ ଭାରତ ଗଠନ ଦିଗରେ ତାଙ୍କ ଅବଦାନ ରଖିବା ପାଇଁ ଶପଥ ନେଇଥିଲେ ଏବଂ ଏହି ସ୍ୱାକ୍ଷର ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସରକାରୀ ଉପ-ଜିଲ୍ଲାପାଳ ଶ୍ରୀ ଜ୍ୟୋତିରଞ୍ଜନ ଭୂଇଁଆ ମୁଖ୍ୟ ଅତିଥି ଭାବରେ ଓ ସନମାନିତ ଅତିଥି ଭାବରେ ସବ -ଇନିସ୍ପେକ୍ଟର ଅରୁଣ କୁମାର ସିଂହ, ସରକାରୀ ଆଇ.ଟି.ଆଇ କଲେଜ ବୌଦ୍ଧର ଅଧ୍ୟକ୍ଷ ସୁବୋଧ କୁମାର ପାଣିଗ୍ରାହୀ , ଏ.ଏସ୍.ଆଇ ବ୍ରହ୍ମାନନ୍ଦ ପ୍ରଧାନ, ସରକାରୀ ପୋଲିଟେକନିକ ଅଧକ୍ଷ ପି କେ ସାହୁ ଏବଂ ଡ଼ିୟାଓ ପ୍ରେରଣା ମୀନା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆମକୁ ଗୌରବାନ୍ୱିତ କରିଥିଲେ।
ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡବୀୟ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ସଚିବ, ‘ମେରା ଯୁବ ଭାରତ’ର ସି.ଇ.ଓ ଏବଂ ଯୁବ ବ୍ୟାପାର ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସେମାନଙ୍କର ଅବିରତ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇବା ସହିତ
୧୦୦ ସପ୍ତାହର ଏହି ଅଭିଯାନର ଏକ ଅଂଶ ଭାବରେ ପ୍ରତି ରବିବାର ବିଭିନ୍ନ ଯୁବ-କୈନ୍ଦ୍ରିକ କାର୍ଯ୍ୟକ୍ରମ ସହିତ ଏହି ପଦକ୍ଷେପ ଜାରି ରହିବ।
ଆସନ୍ତୁ ସମସ୍ତେ ଏକାଠି ହେବା, ଶପଥ ନେବା, ଆମର ସ୍ୱର ଉତ୍ତୋଳନ କରିବା ଏବଂ ଏକ ‘ବିକଶିତ ଭାରତ’ ପାଇଁ ‘ନଶା ମୁକ୍ତ ଯୁବ’ ଗଠନ କରିବା।
ଏହି ଜାତୀୟ ଆନ୍ଦୋଳନରେ ଆମ ସହିତ ଯୋଗଦିଅନ୍ତୁ।
ନଶାମୁକ୍ତ ଭାରତ ପାଇଁ ଯୁବପିଢ଼ି | ବିକଶିତ ଭାରତ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ ଥିବା ବେଳେ ଏହି କାଯ୍ୟକ୍ରମ କୁ ଆସମାନ ମହାକୁଡ଼ ଓ ସ୍ୱେଚ୍ଛାସେବୀ ସୁଶୀଲ ପାତ୍ର, ଦେବାଶିଷ ସେଠି, ଅବିନାଶ ମିର୍ଧା ମିଶି ସଫଳ ଭବାରେ ପରିଚାଳନା କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *