September 23, 2026
Home » ମୋଦୀଜୀଙ୍କ ୭୬ତମ ଜନ୍ମ ଜୟନ୍ତୀରେ ସେବା ସଂକଳ୍ପ ଅଭିଯାନରେ, ଏକ ପେଡ୍ “ମା “କେ ନାମ୍

ମୋଦୀଜୀଙ୍କ ୭୬ତମ ଜନ୍ମ ଜୟନ୍ତୀରେ ସେବା ସଂକଳ୍ପ ଅଭିଯାନରେ, ଏକ ପେଡ୍ “ମା “କେ ନାମ୍

0
WhatsApp Image 2026-09-20 at 8.25.44 PM

ରାଜନଗର: ଭାରତର ପ୍ରଧାନମନ୍ତୀ ଯସ୍ବଶୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ ଜୟନ୍ତି ଅବସରରେ ଆଜି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଡେରା ପଞ୍ଚାୟତ ନୂଆଗାଁ ବେଗୁନିଆ ଦାମୋଦର ମଠ ପରିସରରେ ବରିଷ୍ଠ ବିଜେପି ନେତା ନୀଳମଣୀ ସାହାଣୀଙ୍କ ସଂଯୋଜନା ଓ ବିଜେପି ନେତା ସଂଗ୍ରାମ କେଶରୀ ବେହେରାଙ୍କ ଆୟୋଜନରେ ଏକ ପେଡ୍ ମା” କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେ।ଇ ଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେପି ଵରିଷ୍ଠ ନେତା ଶ୍ରୀଯୁକ୍ତ ଭୂଵନ ମୋହନ ଜେନା ଯେ।ଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଜୟନ୍ତି ଅବସରରେ ଦୀର୍ଘାୟୁ କାମନା କରି ଦାମୋଦର ଗେ।ସାଇଙ୍କ ନିକଟରେ ଶତାଧିକ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା। ଏହା ସହିତ ନୂଆଗା ଆଖଣ୍ଡଳ ମଣି ମନ୍ଦିର ଓ ଦାମୋଦର ଗୋସାଇଁ ଙ୍କ ମଠ ମଧ୍ୟରେ ମା ପାଇଁ ଗଛଟିଏ ଲଗାଯାଇଥିବା ଵେଳେ ଶହଶହ ଗଛ କର୍ମୀ ଓ ଜନସାଧାରଣଙ୍କୁ ବାଣ୍ଟିଥିଲେ।ଏହି ସେବା ସଂକଳ୍ପ କାର୍ଯ୍ୟକ୍ରମରେ ମା ପାଇଁ ଗଛଟିଏ ଲଗାଇ ଆମ ଯସ୍ବଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆୟୁଷ ବୣଦ୍ଧି ଘଟି ଦୀର୍ଘାୟୁ କାମନା କରି ଏହି ଦିନରେ ଗଛ ଲଗାଇ ପରିବେଶକୁ ସ୍ବାଭାବିକ କରିବା କାମନା।ଏପରି ବାର୍ତ୍ତା ଦେଇଥିଲେ ଶ୍ରୀଯୁକ୍ତ ଜେନା, ତାଙ୍କ ସହିତ ଥିଲେ ଅତିଥିଭାବେ ବାବା ଅଭୟ ଦାସ, ଵିଜେପି ଜିଲ୍ଲା କାର୍ଯ୍ୟ କର୍ତ୍ତା ରଶ୍ମୀରଂଜନ ପ୍ରଧାନ,ବିଜେପି ନେତା ବସନ୍ତ ମିଶ୍ର, ସରକାରି ଓକିଲ ଦେବଦତ୍ତ ରାଉଳ ଓ ଜିଲ୍ଲା ବିଜେପି ଏସି ଏସଟି ସେଲର ସଂପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଜେନା ମଞ୍ଚାସୀନ ରହି ମୋଦିଜୀଙ୍କ ଗୁଣଗାନ କରି ଆଜିର ଦିନକୁ ମହାନ ଦିନ ବୋଲି ବିଜେପିର ଶତାଧିକ କର୍ମୀ ଉପସ୍ଥିତ ରହି ମତଦେଇଥିଲେ।

somanath barik nka report

Leave a Reply

Your email address will not be published. Required fields are marked *