October 2, 2026
Home » ତେଲିବନ୍ଧ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ତେଲିବନ୍ଧ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

0
WhatsApp Image 2026-10-02 at 12.53.04 PM (1)

ସୁବର୍ଣ୍ଣପୁର :ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ସରକାରୀ ଉଚ୍ଚବିଦ୍ୟାଳୟରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପକ୍ଷରୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ଧୁପଦ୍ଵିପ ସହପୁଷ୍ପ ଓ ଚନ୍ଦନ ପ୍ରଦାନ କରାଯାଇଥିଲା । ଏହାପରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ସୈଦାମିନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଛାତ୍ରୀ ସୁନେଲି କର୍ଣ୍ଣ, ସ୍ନେହାଲି ପ୍ରଧାନ , ବରିଷ୍ଟ ଶିକ୍ଷକ ଶମ୍ଭୁ ଗିରି, ଅଶୋକ କୁମାର ପ୍ରଧାନ, ସୁବାଷ ଚନ୍ଦ୍ର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ମାର୍ଗରେ ବ୍ରତି ହୋଇ ଶାସ୍ତ୍ରୀଜୀଙ୍କ ଜୟ ଜବାନ ଜୟ କିଷାନ ସ୍ୱପ୍ନକୁ ସାକାର କରିବାକୁ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ସମାଜସେବୀ ବିଶିକେଶନ ପ୍ରଧାନ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ସତ କହିବା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବାକୁ ମତପୋଷଣ କରିଥିଲେ । ଏହାପରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଖେଳ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା, ହିନ୍ଦୀ ଶିକ୍ଷୟିତ୍ରୀ ଭୂମି ସୂତ ବୈଶ୍ୟ , ଶିକ୍ଷକ ନିରଞ୍ଜନ ମେହେର, ଅଶୋକ କୁମାର ଘିବେଲା, ସନ୍ତୋଷ କୁମାର ମଲିକ ,ବିଭୂତି ଭୂଷଣ ମେହେର, ସୁଭ୍ରାଂଶୁ ଶେଖର ସାହୁ, ସୌରଭ ପ୍ରଧାନ ,କିରାଣୀ ରବିନ୍ଦ୍ର ବେଜୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *