December 31, 2025
Home » ବିଶିଷ୍ଟ କଂଗ୍ରେସ ନେତା ବନ୍ଧ ବିହାରୀ ଙ୍କ ଦେହାନ୍ତ l

ବିଶିଷ୍ଟ କଂଗ୍ରେସ ନେତା ବନ୍ଧ ବିହାରୀ ଙ୍କ ଦେହାନ୍ତ l

0
WhatsApp Image 2024-10-29 at 3.18.06 PM

ସୁବର୍ଣ୍ଣପୁର: ସଡ଼କ ଦୁର୍ଘଟଣାରେ ସୋନପୁର ହଳଦିପାଲି ର ବାସିନ୍ଦା ବନ୍ଧ ବିହାରୀ ନାୟକ ଙ୍କ ବିୟୋଗ ଘଟିଛି। ସ୍ଵର୍ଗତ ନାୟକ ତାଙ୍କର ଛାତ୍ର ଜୀବନରୁ କଂଗ୍ରେସ ଦଳରେ ରହି ବିଭିନ୍ନ ସମୟରେ ବିଭିନ୍ନ ପଦପଦବୀରେ ରହିଆସିଥିଲେ। ଜିଲ୍ଲା କଂଗ୍ରେସ କମିଟିରେ ସେ ଶୃଙ୍ଖଳିତ କର୍ମୀ ଭାବରେ ସମସ୍ତ ଙ୍କର ପ୍ରିୟ ହୋଇଥିବାବେଳେ ତତ୍କାଳୀନ ପୌର ପରିଷଦ ର ଅଧ୍ୟକ୍ଷ ସ୍ଵର୍ଗତ ସୁବାଷ ଚନ୍ଦ୍ର ପଣ୍ଡା ଓ ସୋନପୁର ବିଧାୟକ ସ୍ଵର୍ଗତ ଧନେଶ୍ୱର କୁମ୍ଭାର ଙ୍କ ସେ ପ୍ରିୟଭାଜନ ଥିଲେ। ଏକ ଲମ୍ବା ସମୟଧରି ସେ ବିଭିନ୍ନ ସମୟରେ ଜିଲ୍ଲା କଂଗ୍ରେସ କମିଟିରେ ସକ୍ରୀୟ ଭୂମିକା ନିର୍ବାହ କରି ବିଭିନ୍ନ ପଦପଦବୀରେ ରହିଥିଲେ। ତାଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସର ଅପୂରଣୀୟ କ୍ଷତି ଘଟିଥିବାବେଳେ ତାଙ୍କର ପରଲୋକ ଖବରରେ ବହୁ ବିଶିଷ୍ଟ ବ୍ୟକ୍ତିଓ ଦଳୀୟ ନେତା ତାଙ୍କର ଅନ୍ତିମ ଦର୍ଶନ କରିଥିଲେ। ସହରର ତ୍ରିବେଣୀ ସଙ୍ଗମ ସ୍ଥିତ ରାମେଶ୍ବର ଠାରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିବାବେଳେ ତାଙ୍କର ବଡ଼ପୁଅ ମନୋରଞ୍ଜନ ମୁଖାଗ୍ନୀ ଦେଇଥିଲେ l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *