ଓଡ଼ିଶା ବନ୍ଦ ଡାକରା ସଫଳ ଏବଂ ପାରାଦ୍ୱୀପ ବନ୍ଦର ସମେତ ଶିଳ୍ପ ସଂସ୍ଥା ପ୍ରଭାବିତ
ପାରାଦ୍ୱୀପ:- ଜାତୀୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ହେତୁ ସମଗ୍ର ପାରାଦ୍ୱୀପ ଅଞ୍ଚଳ ପ୍ରଭାବିତ ହୋଇଥିଲା।ସକାଳ ୬ ଟା ଠାରୁ କଂଗ୍ରେସ ନେତା ଓ କର୍ମୀମାନେ ପାରାଦ୍ୱୀପ ବନ୍ଦର ୪ ନମ୍ବର ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଥିଲେ କିନ୍ତୁ ନିୟୋଜିତ ସିଆଇଏସଫ ସୁରକ୍ଷା କର୍ମୀମାନେ ବିରୋଧୀ କରିଥିଲେ।ଫଳରେ ସେଠାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଉଚ୍ଚ ଅଧିକାରୀ ପହଞ୍ଚି ସମସ୍ୟାର ସମାଧାନ କରିଥିଲେ। ପାରାଦ୍ୱୀପ ବନ୍ଦର ସମେତ ଶିଳ୍ପ ସଂସ୍ଥା ,ଦୋକାନ ବଜାର, ବ୍ୟାଙ୍କ ପ୍ରଭୁତି ବନ୍ଦ ରହିଥିଲା। ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା ଏବଂ ସନ୍ଧ୍ୟାରେ ସ୍ୱାଭାବିକ ହୋଇ ଥିଲା। ପାରାଦ୍ୱୀପ କଂଗ୍ରେସ ପକ୍ଷରୁ ଶ୍ରୀ ନିରଞ୍ଜନ ନାୟକଙ୍କ ନେତୃତ୍ୱରେ ନଗର କଂଗ୍ରେସ ସଭାପତି ଶ୍ରୀ କେଦାର ବିଶ୍ୱାଳ ,ନାରାୟଣ ସ୍ୱାଇଁ, ତ୍ରିନାଥ ମହାନ୍ତି, ଜ୍ୟୋତି ରଞ୍ଜନ ଦାସ, କୃପାସିନ୍ଧୁ ଦାସ, ପଦ୍ମ ଶମ୍ଭୁ ମହାନ୍ତି, ବିଜୟ କୁମାର ସେଠୀ, ସୁନାକର ସେଠୀ, ପ୍ରସନ୍ନଜିତ ମାଇତି, ଧରିତ୍ରୀ ସାମଲ, ସ୍ନେହ ଲତା ମହାନ୍ତି, ସସ୍ମିତା ମହାନ୍ତି ଓ ପୁଷ୍ପା ଦାସ ପ୍ରମୁଖ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବନ୍ଦ ସଫଳ କରିବା ପାଇଁ ସାଧାରଣ ଲୋକଙ୍କ ସହଯୋଗ କାମନା କରିଥିଲେ।
prasanta dash nka report
