ସ୍ଥାନୀୟ ବିକାଶକୁ ଗତି ଦେବା ଲକ୍ଷ୍ୟରେ ଗଡକୁଜଙ୍ଗରେ ନୂତନ ସମୁଦାୟ କେନ୍ଦ୍ର ଉଦ୍ଘାଟିତ
ପାରାଦୀପ, : ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ର ସଭାପତି ଅନିଲ କୁମାର ସିଂହଙ୍କ ନେତୃତ୍ୱରେ ଢ଼ିଙ୍କିଆ, ନୂଆଗାଁ ଓ ଗଡକୁଜଙ୍ଗ ଗ୍ରାମ ପଞ୍ଚାୟତ ଅଞ୍ଚଳର ସାମାଜିକ-ଆର୍ଥିକ ସ୍ଥିତି ଓ ଜୀବନଧାରଣର ମାନବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଗଡକୁଜଙ୍ଗରେ ଏକ ନୂତନ ସମୁଦାୟ କେନ୍ଦ୍ର ଉଦ୍ଘାଟିତ ହୋଇଛି। ସ୍ଥାନୀୟ ସମୁଦାୟ ସହ ବ୍ୟାପକ ଆଲୋଚନା ଓ ପରାମର୍ଶ ମାଧ୍ୟମରେ ଚିହ୍ନଟ ହୋଇଥିବା ଗ୍ରାମ ବିକାଶର ପ୍ରାଥମିକତାକୁ ଆଧାର କରି ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ ଓ ଜେଏସଡବ୍ଲୁ ଫାଉଣ୍ଡେସନର ସହଯୋଗରେ ଏହି ଅତ୍ୟାଧୁନିକ ସମୁଦାୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।ଦୀର୍ଘଦିନ ଧରି ଗଡକୁଜଙ୍ଗବାସୀଙ୍କ ପାଇଁ ସାମୂହିକ ଭାବେ ଏକାଠି ହେବା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏକ ସ୍ୱତନ୍ତ୍ର ସାଧାରଣ ସ୍ଥାନର ଅଭାବ ରହିଥିଲା। ନୂତନ ସମୁଦାୟ କେନ୍ଦ୍ର ଏହି ଦୀର୍ଘଦିନର ଆବଶ୍ୟକତାକୁ ପୂରଣ କରିବା ସହ ଗ୍ରାମବାସୀଙ୍କ ପାଇଁ ବୈଠକ, ସାଂସ୍କୃତିକ କାର୍ଯ୍ୟକ୍ରମ, ସାମାଜିକ ଉତ୍ସବ ଓ ବିଭିନ୍ନ ସାମୂହିକ ଆୟୋଜନ ପାଇଁ ଏକ ସୁବିଧାଜନକ ଓ କେନ୍ଦ୍ରୀୟ ସ୍ଥାନ ଭାବେ କାର୍ଯ୍ୟ କରିବ।ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍, ପାରାଦୀପର ଉପସଭାପତି ମନୋଜ ସିଂହ, ଜେଏସଡବ୍ଲୁ ଫାଉଣ୍ଡେସନର ସିଓଓ ରିତେଶ ସିହ୍ନା, ଜନସମ୍ପର୍କ ବିଭାଗର ଏଭିପି ସମରେନ୍ଦୁ ପଟ୍ଟନାୟକ, ଜେଏସଡବ୍ଲୁ ଫାଉଣ୍ଡେସନ ଓଡ଼ିଶାର ଜିଏମ ପ୍ରଶାନ୍ତ ବିଶ୍ୱାଳ ଏବଂ ସିଏସଆର ହେଡ୍ ଅଭିଜିତ ମହାନ୍ତିଙ୍କ ସମେତ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ ଓ ଜେଏସଡବ୍ଲୁ ଫାଉଣ୍ଡେସନର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଗଡକୁଜଙ୍ଗ ପକ୍ଷରୁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କବିତା ଦାସ, କୁଞ୍ଜବିହାରୀ ମନ୍ଦିର ଟ୍ରଷ୍ଟର ପରିଚାଳକ ରାଜେନ୍ଦ୍ର ବେହେରାଙ୍କ ସମେତ ସମୁଦାୟ ନେତୃବୃନ୍ଦ ଯଦୁନାଥ ଖଟୁଆ, ପ୍ରଶାନ୍ତ ଦାସ ଓ ନଳିନୀକାନ୍ତ ବେହେରା ଏବଂ ଅନ୍ୟାନ୍ୟ ସ୍ଥାନୀୟ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ସ୍ଥାନୀୟ ସମୁଦାୟ ଏହି ପଦକ୍ଷେପକୁ ଉଷ୍ମ ସ୍ୱାଗତ କରିବା ସହ ଦୀର୍ଘଦିନର ଆବଶ୍ୟକତା ପୂରଣ କରିବା ପାଇଁ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ ଓ ଜେଏସଡବ୍ଲୁ ଫାଉଣ୍ଡେସନ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ। ନୂତନ ସମୁଦାୟ କେନ୍ଦ୍ରଟି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଧିକ ସାମାଜିକ ସମ୍ପର୍କ ଓ ସମନ୍ୱୟ ସୃଷ୍ଟି କରିବା ସହ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଆୟୋଜନର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ ହେବ ବୋଲି ଆଶା କରାଯାଉଛି।
prasanta dash nka report
