ବଡ଼ବଜାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର: ଶୁକ୍ରବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡବଜାର ଠାରେ ପ୍ରାୟ ୨୫୦ ଛାତ୍ର ଛାତ୍ରୀ ଙ୍କ ଗହଣ ରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି I ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୁଦ୍ଧଦେବ ସା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ସମ୍ମାନନୀୟା ଶ୍ରୀମତୀ ସରସ୍ୱତୀ ନାୟକ ଓ ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ସମ୍ମାନନୀୟା ସୁଶ୍ରୀ ରୀତା ଗ୍ଲୋରିଆ ଏକ୍କା ଯୋଗଦାନ କରିଥିଲେ। ଶ୍ରୀମତୀ ନାୟକ ଓ ସୁଶ୍ରୀ ଏକ୍କା ଜୀବନରେ ସଫଳତା ପାଇବାକୁ ହେଲେ ସଙ୍ଘର୍ଷ,କଠିନ ପରିଶ୍ରମ ଓ ସକାରାତ୍ମକ ମନୋଭାବ ନିତାନ୍ତ ଆବଶ୍ୟକ ବୋଲି ମତ ରଖିଥିଲେ।ତାଙ୍କ ବକ୍ତବ୍ୟ ରେ ଶିକ୍ଷା ଏକ ସ୍ବତନ୍ତ୍ର ଅସ୍ତ୍ର ଯାହା ମାଧ୍ୟମରେ ଜୀବନର ଚଲାପଥରେ ଆସୁଥିବା ସମସ୍ତ ଆହ୍ବାନ କୁ ଅତିକ୍ରମ କରି ସମାଜ ରେ ପ୍ରତିଷ୍ଠିତ ହେବାକୁ ବାଟ କଢାଇ ଥାଏ । ଉଦଯାପନୀ ସଭାରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଣ୍ଡା ନିଜର ପ୍ରତିଭା କୁ ପ୍ରସ୍ଫୁଟିତ କରିବା ପାଇଁ ସୁରଭି ଏକ ବଳିଷ୍ଠ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା ପାଇଁ ବିଚାରକ ଭାବେ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ମେହେର , ଖରଝୁରା ସିଆରସିସି ଶ୍ରୀ ଦୁର୍ଯ୍ୟୋଧନ ମେହେର, ଶିକ୍ଷକ ଭରଦ୍ୱାଜ ଦାଶ,ମଝିପଡା ଉ.ପ୍ରା ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଗୀତାଞ୍ଜଳି ତାଣ୍ଡି, ପଟାଭାଡି ପ୍ରାଥମିକ ବିଦ୍ୟାଳୟ ରୁ ପୁଷ୍ପା ସିଂହ, ବାଳିକା ଉଚ୍ଚ ବିଦ୍ୟାଳୟ ରୁ ମମିତା ଭୋଇ, ମାମି ବଢ଼ିଆ,ଆଲୋକ ଗହନ,ବଡବଜାର ଉ.ପ୍ରା ବିଦ୍ୟାଳୟ ରୁ ତପସ୍ଵିନୀ ଦାଶ, ଭାରତୀ କର୍ଣ୍ଣ, ଗୀତାଞ୍ଜଳୀ ଦରୱାନ, ସବିତା ସାହୁ, ସୁରେଶ୍ଵରୀ ପ୍ରାଥମିକ ବିଦ୍ୟାଳୟ ରୁ ରୀତାରାଣୀ କର, ଟାଉନ୍ ପ୍ରାଥମିକ ବିଦ୍ୟାଳୟ ରୁ ଆରତୀ ବହିଦାର ସହଯୋଗ କରିଥିଲେ।ବରିଷ୍ଠ ଶିକ୍ଷକ ଅମ୍ବୁଜ ବିହାରୀ ଶତପଥୀ କାର୍ଯ୍ୟକ୍ରମର ଇଭେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ସରସ୍ୱତୀ ସାହୁ ସାମଗ୍ରିକ ପର୍ଯ୍ୟବେକ୍ଷଣ କରୁଥିଲେ। ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ଦରୱାନ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ଚୂଡ଼ାମଣି ପ୍ରଧାନ ଶୃଙ୍ଖଳା ଦାୟିତ୍ୱ ରେ ଓ ସମସ୍ତ ରୋଷେୟା କର୍ମଚାରୀ ଖାଦ୍ୟ ପରିବେଷଣ ରେ ସାହାଯ୍ୟ କରିଥିଲେ। ପରିଶେଷରେ ସମସ୍ତ ପ୍ରତିଭାଗୀ ମାନଙ୍କୁ କ୍ଲଷ୍ଟର୍ ତରଫରୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ଓ ଶିକ୍ଷୟିତ୍ରୀ ସବିତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
