ରେଳ କୁଞ୍ଜ ଅଡିଟୋରିୟମରେ ନୃତ୍ୟଗୁରୁ ପ୍ରଶାନ୍ତ କୁମାର ଭାଇନାଙ୍କୁ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର –ଭୁବନେଶ୍ୱରସ୍ଥିତ ରେଳ କୁଞ୍ଜ ଅଡିଟୋରିୟମଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ (IDOP-2026) ସମାରୋହରେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୃତ୍ୟଗୁରୁ ପ୍ରଶାନ୍ତ କୁମାର ଭାଇନା ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନସ୍ଥ Regional Resource & Training Centre (RRTC-NRCWD) ପକ୍ଷରୁ ଏହି ସମାରୋହ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ଏବଂ ଗୋବର୍ଦ୍ଧନ ପୀଠର ଆଦ୍ୟ ବାହିନୀର ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇଥିଲେ। ଏଥିସହିତ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସୁକାନ୍ତ କୁମାର ପରିଡ଼ା ଏବଂ ପ୍ରତିଷ୍ଠାତା ଶ୍ରୀମତୀ ଲତା ପ୍ରହରାଜ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ନୃତ୍ୟଗୁରୁ ଙ୍କ ସମେତ ତାଙ୍କ ଦଳର କଳାକାର ଅଭିଷେକ, ରୋଶନ, ଶୁଭମ, ଅମରେଶ ପ୍ୟାସା, ଆଶ୍ଳେଷା, ଓମଶ୍ରୀ, ବୈଷ୍ଣବୀ, ଅନ୍ୱେଷା ଓ ପ୍ରିୟମଙ୍କୁ ମଧ୍ୟ ପ୍ରଶଂସାପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା।
ନୃତ୍ୟଗୁରୁ ପ୍ରଶାନ୍ତ କୁମାର ଭାଇନା ଦୀର୍ଘ ବର୍ଷ ଧରି କଳା ଓ ସଂସ୍କୃତିର ପ୍ରଚାରପ୍ରସାର, ପାରମ୍ପରିକ ଲୋକକଳାର ସଂରକ୍ଷଣ ଏବଂ ନୂତନ ପିଢ଼ିର କଳାକାରମାନଙ୍କୁ ନୃତ୍ୟ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଦେବା ଦିଗରେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ନେତୃତ୍ୱରେ ପ୍ରଣାମ ନୃତ୍ୟାନୁଷ୍ଠାନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାରମ୍ପରିକ କଳାର ପ୍ରଚାରପ୍ରସାରରେ ସକ୍ରିୟ ଭୂମିକା ଗ୍ରହଣ କରିଆସୁଛି। ସମସ୍ତ ଜନସାଧାରଣ ଙ୍କ ସହଯୋଗ ଏବଂ ଭଲପାଇବା ଯୋଗୁ
ବୌଦ୍ଧର କଳା ଓ ସଂସ୍କୃତିକୁ ରାଜ୍ୟସ୍ତରରେ ଅଧିକ ପରିଚିତ କରାଇବାରେ ମୋତେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
