October 11, 2026
Home » ପଦୋନ୍ନତି ପାଇଥିବା ଶିକ୍ଷକଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

ପଦୋନ୍ନତି ପାଇଥିବା ଶିକ୍ଷକଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

0
WhatsApp Image 2026-10-11 at 5.36.25 PM

 

ଗଣିଆ :  ଗଣିଆ ବ୍ଲକର ଶିକ୍ଷା ବିଭାଗରେ ଲେବଲ -୪କୁ ଏବଂ ଲେବଲ -୩କୁ ପଦୋନ୍ନତି ପାଇଥିବା ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ବିନୋଦିନୀ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ମହାଦେବ ମହାରଣା, ଶିକ୍ଷାବିତ୍ ରାମଚନ୍ଦ୍ର ଦାଶ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରତାପ କୁମାର ପାଣିଗ୍ରାହୀ, ସମ୍ପାଦକ ଶୋଭନ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷକ ସୁରେଶ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ ।

ଲେବଲ -୩କୁ ପଦୋନ୍ନତି ପାଇଥିବା ଶିକ୍ଷକ ମହେଶ୍ୱର ପ୍ରଧାନ ଏବଂ ଲେବଲ -୪କୁ ପଦୋନ୍ନତି ପାଇଥିବା ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର, ବଂଶୀଧର ସାହୁ , ସୁଶାନ୍ତ ରଣା,ଦଣ୍ଡଧର ରାଉତ , ନାରାୟଣ ଦଳେଇ ,ସଞ୍ଜୟ ମାଝି, ସ୍ବର୍ଣ୍ଣପ୍ରଭା ବେହେରା ,ପ୍ରଶାନ୍ତ କୁମାର ପାଣିଗ୍ରାହୀ , ରାଧାମୋହନ ନାୟକ,ପୁଷ୍ପଲତା ମହାଳିକ,ଚିତ୍ତରଞ୍ଜନ ରାଉତ , ଗୋକୁଳାନନ୍ଦ ରାଉତ, ଅନୁପମା ନାୟକଙ୍କୁ ସଂଘ ତରଫରୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏପରିକି ପଦୋନ୍ନତି ପାଇ ଅନ୍ୟ ବ୍ଳକରୁ ଗଣିଆ ବ୍ଳକକୁ ଆସିଥିବା ଶିକ୍ଷକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଆୟୋଜକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର । ନିକଟରେ ବ୍ଳକରୁ ସେବା ନିବୃତ୍ତି ଲାଭ କରିଥିବା ୬ ଜଣ ଶିକ୍ଷକଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶିକ୍ଷକ କିଶୋର କୁମାର ପଣ୍ଡା,ସୁନିଲ କୁମାର ସାହୁ, ବିରେନ୍ଦ୍ର ସାହୁ,ବାମନ ଚରଣ ବାରିକି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *