October 17, 2026
Home » ଛେଳିଗଡ଼ ଜଳସେଚନ ପ୍ରକଳ୍ପର ପୁନର୍ବାସ ଓ ଥଇଥାନ ନେଇ ଆରପିଡିଏସି ଉପକମିଟିର ଦ୍ୱିତୀୟ ବୈଠକ

ଛେଳିଗଡ଼ ଜଳସେଚନ ପ୍ରକଳ୍ପର ପୁନର୍ବାସ ଓ ଥଇଥାନ ନେଇ ଆରପିଡିଏସି ଉପକମିଟିର ଦ୍ୱିତୀୟ ବୈଠକ

0
WhatsApp Image 2026-10-16 at 3.28.30 PM

ଛତ୍ରପୁର, : (ସୁଜିତ କୁମାର ପଟ୍ଟନାୟକ) ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ପରିବାରଙ୍କ ପୁନର୍ବାସ ଓ ଥଇଥାନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆରପିଡିଏସି ଉପକମିଟିର ଦ୍ୱିତୀୟ ବୈଠକ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଆଭାସୀ ବୈଠକରେ କଲୋନୀରେ ଭିତ୍ତିଭୂମି ବିକାଶ, ପୁନର୍ବାସ ସହାୟତା, ଗୃହ ନିର୍ମାଣ, ବିଦ୍ୟୁତ୍‌ ସଂଯୋଗ ଏବଂ ସୌରଶକ୍ତି ବ୍ୟବସ୍ଥାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ଏଥିସହ ବିସ୍ଥାପିତ ପରିବାରଙ୍କ ବିଭିନ୍ନ ଦାବି ଓ ସମସ୍ୟା ଉପରେ ଆଲୋଚନା କରାଯାଇ ସେଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଓ ସୁପାରିଶ ସମ୍ପର୍କରେ ବିଚାରବିମର୍ଶ କରାଯାଇଥିଲା।ବିସ୍ଥାପିତ ପରିବାରଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ସମନ୍ୱୟ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଗଞ୍ଜାମ ସଚ୍ଚିଦାନନ୍ଦ ନାୟକ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଉଭୟ ଜିଲ୍ଲାର ବରିଷ୍ଠ ଅଧିକାରୀ, କମିଟିର ସଦସ୍ୟ, ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *