October 28, 2026
Home » ରାଷ୍ଟ୍ରୀୟ ଏକତା ଦିବସ ପାଇଁ କେଭାଡିଆ ଅଭିମୁଖେ ଯାତ୍ରା କଲେ ନୟାଗଡ଼ର ୫୦ ଜଣିଆ ରାଷ୍ଟ୍ରୀୟ ଏକତା ପ୍ରେମୀ

ରାଷ୍ଟ୍ରୀୟ ଏକତା ଦିବସ ପାଇଁ କେଭାଡିଆ ଅଭିମୁଖେ ଯାତ୍ରା କଲେ ନୟାଗଡ଼ର ୫୦ ଜଣିଆ ରାଷ୍ଟ୍ରୀୟ ଏକତା ପ୍ରେମୀ

0
1001353588
 ।
ନୟାଗଡ଼  ( ଇପିଏ ) ନୟାଗଡ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆସନ୍ତା ଅକ୍ଟୋବର ୩୦ ଓ ୩୧ ତାରିଖରେ ଗୁଜରାଟର କେଭାଡିଆଠାରେ ପାଳିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ରେ ଯୋଗଦେବା ପାଇଁ ଆଜି ଅପରାହ୍ନ ୪ ଘଟିକା ସମୟରେ ନୟାଗଡ଼ ଜିଲ୍ଲାରୁ ୫୦ ଜଣିଆ ରାଷ୍ଟ୍ରୀୟ ଏକତା ପ୍ରେମୀ ଏକ ଦଳ କେଭାଡିଆ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି ।
ଏହି ଅବସରରେ ନୟାଗଡ଼ ନୂଆ ବସ୍‌ଷ୍ଟାଣ୍ଡଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ କନ୍ଧମାଳ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଡେପୁଟି କଲେକ୍ଟର ପ୍ରିୟଙ୍କା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି, ଜିଲ୍ଲା ପ୍ରଶାସନ ଓ ଆରକ୍ଷୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ l
     ଏହି ୫୦ ଜଣିଆ ଦଳ ଆଜି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି ଏବଂ କାଲି ଟ୍ରେନ ମାଧ୍ୟମରେ ଗୁଜୁରାଟ ଅଭିମୁଖେ ଯାତ୍ରା କରିବେ l ଏହି ୫୦ ଜଣିଆ ଦଳଙ୍କୁ ସୁବିଧାରେ ଯାଇ ସୁବିଧାରେ ଆସିବା ପାଇଁ ୦୨ ଜଣ ନୋଡାଲ ଅଫିସର ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ନିୟୋଜିତ କରାଯାଇଛି l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *